fbpx

ଦ୍ୱିତୀୟ ଥର ପାଇଁ ପିତା ହେବେ ଭଗବନ୍ତ ମାନ୍

Advertisement

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁଣି ଥରେ ପିତା ହେବେ । ପଞ୍ଜାବର ଲୁଧିଆନାରେ ଗଣତନ୍ତ୍ର ଦିବସ ସମାରୋହ ପ୍ୟାରେଡରେ ଏହି ସୂଚନା ଦେଇଥିଲେ । ଗଣତନ୍ତ୍ର ଦିବସ ଉପଲକ୍ଷେ ସମାରୋହରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ, ‘ମୁଁ ଆପଣ ସମସ୍ତଙ୍କୁ ଗୋଟିଏ ଖୁସି ଖବର ଦେବାକୁ ଚାହୁଁଛି । ମାର୍ଚ୍ଚ ମାସରେ ମୋ ଘରେ ଖୁସି ଦସ୍ତଖ ଦେବ । ମୋ ପତ୍ନୀ ଡା. ଗୁରପ୍ରୀତ କୌର ପ୍ରେଗନେଣ୍ଟ ଅଛନ୍ତି । ଆମେ ପିଲାର ଲିଙ୍ଗ ଯାଞ୍ଚ କରି ନାହୁଁ । ଜାଣିବାର ନାହିଁ ମଧ୍ୟ । ସ୍ୱାସ୍ଥ୍ୟ ହେଉଛି ପ୍ରକୃତିର ସବୁଠାରୁ ବଡ଼ ଉପହାର । ତେଣୁ କେବଳ ଏତିକି ପ୍ରାର୍ଥନା କରିବି ଯିଏ ବି ଆସୁ ସୁସ୍ଥ ହେବା ଉଚିତ । ଆପଣମାନେ ବି ପ୍ରାର୍ଥନା କରନ୍ତୁ । ଆପଣମାନଙ୍କୁ ନିବେଦନ ପୁଅ- ଝିଅ ମଧ୍ୟରେ ପାର୍ଥକ୍ୟ କରନ୍ତୁ ନାହିଁ । କିଏ ଜାଣେ କେଉଁ ବେଶରେ ନାରାୟଣ ମିଳିଯିବେ ।’

ସେଥିପାଇଁ ନାରୀ ଶକ୍ତିକୁ ନେଇ ପେଞ୍ଜାବ ସରକାର ସଂକଳ୍ପବଦ୍ଧ ଏବଂ ଏହା ବ୍ୟପକ ରୂପରେ କାର୍ଯ୍ୟକାରୀ ହେବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଲୁଧିଆନାର ପଞ୍ଜବ ଏଗ୍ରିକଲ୍ଚର ୟୁପିଭର୍ସିଟିର ପରିସରରେ ଗଣତନ୍ତ୍ର ଦିବସର ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ୟାରେଡକୁ ସଲାମୀ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.