fbpx

ଭାରତ ବନ୍ଦର ପ୍ରଭାବ: ରାସ୍ତାରେ ଲାଗିଛି ଗାଡ଼ିର ଲମ୍ବା ଲାଇନ୍, ବାହାରିବାକୁ ବି ଜାଗା ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି କୃଷି ଆଇନ୍ ବିରୋଧରେ ଆଜି ଦେଶବ୍ୟାପୀ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ଆଜି ବିଭିନ୍ନ ସ୍ଥାନରେ କୃଷକ ମାନେ ଆନ୍ଦୋଳନ କରିବା ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଆଜି ଭାରତ ବନ୍ଦ ଥିବାରୁ ଦେଶବ୍ୟାପୀ ଦୋକାନ ବଜାର ବନ୍ଦ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି ଦିଲ୍ଲୀରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । ରାଜପଥ ମାନଙ୍କରେ ଅନେକ ସଂଖ୍ୟାରେ ଗାଡ଼ି ରହିଥିବା ଦେଖିବାକୁ ମିଳିଛି । ଗାଡ଼ି ଗୁଡ଼ିକ କିଲୋମିଟର୍ କିଲୋମିଟର୍ ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଲଗାଇଛନ୍ତି । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ସୂଚନା ଅନୁସାରେ, ଗୁରୁଗ୍ରାମ ହାଇୱେ ଦୂର ଦୂର ଯାଏ ଗାଡ଼ି ଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ କୃଷକ ମାନେ ଗାଜିପୁର ବୋର୍ଡର୍ ଏନଏଚ୍-୯ ଏବଂ ଏନଏଚ୍-୨୪କୁ ସମ୍ପୂର୍ଣ୍ଣ ଭାବରେ ଜାମ୍ କରିଦେଇଛନ୍ତି । ଦିଲ୍ଲୀ-ଅମୃତସର୍ ନ୍ୟାସନାଲ୍ ହାଇୱେରେ ମଧ୍ୟ ଯାତାୟାତ ଠପ୍ ହୋଇଯାଇଛି । ତେବେ ଏହି ବନ୍ଦ ଡାକରାକୁ ଅନେକ ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି । କୃଷକ ମାନଙ୍କର ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କରାଯାଇଛି ।

Get real time updates directly on you device, subscribe now.