fbpx

ଜିଓ ପରେ ଏବେ ଏୟାରଟେଲ ବୃଦ୍ଧି କଲା ରିଚାର୍ଜ ପ୍ଲାନ, ୩ ଜୁଲାଇରୁ ହେବ ଲାଗୁ

Advertisement

ନୂଆଦିଲ୍ଲୀ: ଜିଓ ନିଜର ରିଚାର୍ଜ ପ୍ଲାନକୁ ବଢାଇବା ପରେ ଏବେ ଏୟାରଟେଲ ନିଜର ରିଚାର୍ଜ ଚାର୍ଜକୁ ବୃଦ୍ଧି କରିଛି । ଜୁନ ୨୮ ଅର୍ଥାତ ଆଜି ଭାରତୀ ଏୟାରଟେଲ ଘୋଷଣା କରିଛି ଯେ, ୧୦ ରୁ ୨୧ ପ୍ରତିଶତ ନିଜର ଟେଲିକମ ସେବାଗୁଡିକର ଦର ବୃଦ୍ଧି କରିବ । ୨୦୨୧ ଡିସେମ୍ବର ପରେ ଏୟାରଟେଲ ଏହା ଦ୍ୱିତୀୟଥର ବୃଦ୍ଧି କରିଛି । ଏହି ନୂଆ ଦର ୩ ଜୁଲାଇରୁ ଲାଗୁ ହେବ । ଭାରତୀ ଏୟାରଟେଲ ନିଜ ବିବୃତ୍ତିରେ କହିଛି ଯେ, ଏଣ୍ଟ୍ରୀ-ଲେବଲ ପ୍ଲାନ ପାଇଁ ମୂଲ୍ୟ ବୃଦ୍ଧିକୁ ନର୍ମାଲ ରଖାଯାଇଛି, ଯାହା ପ୍ରତିଦିନ ୭୦ ପଇସାଠାରୁ କମ ।

କମ୍ପାନୀ ଏକ୍ସଚେଞ୍ଜ ଫାଇଲିଙ୍ଗରେ କହିଛି ଯେ, ଭାରତରେ ଟେଲିକମ କମ୍ପାନୀଗୁଡିକ ପାଇଁ ଆର୍ଥିକ ଭାବେ ବିଜନେସ ମଡେଲକୁ ସକ୍ଷମ କରିବାକୁ ପାଇଂ ଆଭେରେଜ ରେଭେନ୍ୟୁ ପ୍ରତି ୟୁଜର୍ସ ୩୦୦ ଟଙ୍କା ଉପରେ ହେବା ଆବଶ୍ୟକ । ଭାରତୀ ଏୟାରଟେଲ ପୋଷ୍ଟପେଡ ପ୍ଲାନ ପାଇଁ ମାସିକ ଟାରିଫ ୧୦ ରୁ ୨୧ ପ୍ରତିଶତ ବଢାଇଛି । ଅନଲିମିଟେଡ ଭଏସ ପ୍ଲାନର ଟାରିଫକୁ ୧୧ ରୁ ୧୨ ପ୍ରତିଶତ ଏବଂ ଡେଲି ଡାଟା ପ୍ଲାନର ଟାରିଫ ପାଖାପାଖି ୧୨ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ବାର୍ଷିକ ପ୍ଲାନ ଯାହା ୨ ହଜାର ୯୯୯ ଟଙ୍କା ଥିଲା ତାହା ବର୍ତ୍ତମାନ ୬୦୦ ଟଙ୍କା ବଢି ୩ ହଜାର ୫୯୯ ଟଙ୍କା ହୋଇଯିବ । ଏହା ଜିଓ ରିଲାଏନ୍ସ ପକ୍ଷରୁ ବଢାଯାଇଥିବା ରେଟ ସହ ସମାନ ରହିଛି ।

 

Get real time updates directly on you device, subscribe now.