fbpx

ଭୁଟାନ୍‌ରେ ଲଞ୍ଚ ହେଲା ଭୀମ୍‌ ଆପ୍, ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟଙ୍କୁ ମିଳିବ କ୍ୟାସଲେସ୍ ସୁବିଧା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭୁଟାନରେ ଭାରତର ମୋବାଇଲ୍‌ ପେମେଣ୍ଟ ଆପ୍‌ ‘ଭୀମ୍‌ ଆପ୍‌ ’ଅର୍ଥାତ୍‌ ଭରତ ଇଣ୍ଟରଫେସ୍‌ ଫର୍‌ ମନି ଲଞ୍ଚ କରାଯାଇଛି । ଏହାକୁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭୁଟାନର ଅର୍ଥମନ୍ତ୍ରୀ ଲିନପୋ ନାମଗେ ଶେରିଙ୍ଗ ଏକ ଭର୍ଚୁଆଲ ସମାରୋହରେ ଉନ୍ମୋଚନ କରିଛନ୍ତି । ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ଉପରେ ଆଧାରିତ ।

ଭୁଟାନରେ ଭୀମ୍‌ ଆପ୍‌ ଲଞ୍ଚ ହେବା ଦ୍ୱାରା ଭାରତୀୟ ପର୍ଯ୍ୟଟକମାନେ ନଗଦ ବିହୀନ କାରବାର କରିପାରିବେ ଏବଂ ଭାରତୀୟ ବ୍ୟବସାୟକୁ ମଧ୍ୟ ଏହା ଦ୍ୱାରା ଲାଭବାନ ହେବେ । ଏଥିସହ ଏହା ଭୁଟାନର ବ୍ୟବସାୟ ପାଇଁ ମଧ୍ୟ ଲାଭଦାୟକ ହେବ । ଭୁଟାନରେ ଆରମ୍ଭ ହେଉଥିବା ଭାରତର ଏହା ହେଉଛି ଦ୍ୱିତୀୟ ପେମେଣ୍ଟ ଗେଟୱେ । ଏହାପୂର୍ବରୁ ଭୁଟାନରେ ରୁପେ କାର୍ଡ ଲଞ୍ଚ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଟାନ ଗସ୍ତ ସମୟରେ ରୁପେ କାର୍ଡ ଲଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.