fbpx

ଭୁବନେଶ୍ବର ବିଜେଡି ପୁନର୍ଗଠିତ: ସୁଶାନ୍ତ ରାଉତଙ୍କୁ ସଭାପତି ନିଯୁକ୍ତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡିର ଭୁବନେଶ୍ବର ଜିଲ୍ଲା ସାଂଗଠନିକ କମିଟି ପୁନର୍ଗଠିତ ହୋଇଛି ।  ସୁଶାନ୍ତ ରାଉତଙ୍କୁ ସଭାପତି ନିଯୁକ୍ତ କରିଛନ୍ତି BJD ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର, ମଧ୍ୟ, ଉତ୍ତର ବିଧାନସଭା କ୍ଷେତ୍ର ପାଇଁ କର୍ମକର୍ତ୍ତା ମଧ୍ୟ ମନୋନୀତ ହୋଇଛନ୍ତି ।

ସୂଚନା ମୁତାବକ, ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଉପସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିରେ ୬ଜଣ ସାଧାରଣ ସମ୍ପାଦକ ଓ ୨୪ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ୯ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ୧୦ ଜଣ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଉତ୍ତର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ପାଇଁ ୧୦ ଉପଦେଷ୍ଟା, ୧୦ ଉପସଭାପତି, ୯ ସାଧାରଣ ସମ୍ପାଦକ, ୨୫ ସମ୍ପାଦକ ନିଯୁକ୍ତ ହୋଇଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.