fbpx

ଭୁବନେଶ୍ୱର କର୍ପୋରେଟର୍ ପ୍ରାର୍ଥିନୀଙ୍କ ପରିବାରକୁ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କର୍ପୋରେଟର୍ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି କର୍ପୋରେଟର୍ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା । କେବଳ ସ୍ୱାମୀ ନୁହନ୍ତି ବରଂ ପୂରା ପରିବାର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ୩୩ ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀ ହୋଇଥିବା ଧରିତ୍ରୀ ଜେନାଙ୍କ ପରିବାରକୁ ଆକ୍ରମଣ ହୋଇଥିବା ସୂଚନା ।

ଧରିତ୍ରୀଙ୍କ ସ୍ୱାମୀ ଦେଢ଼ଶୁର ଓ ଦିଅର ଆଦିଙ୍କୁ ମିଶାଇ ୫ ଜଣଙ୍କୁ ଆକ୍ରମଣ କରାଯାଇଛି । ପରିବାରର ୫ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଷ୍ଟରଚିରାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ବିଜେଡ଼ି ପ୍ରାର୍ଥିନୀ ସୁଲଗ୍ନା ଜେନାଙ୍କ ସ୍ୱାମୀ ଆକ୍ରମଣ କରିଥିବା ଅଭିଯୋଗ ।

Get real time updates directly on you device, subscribe now.