ଭୁବନେଶ୍ବର ଡିସିପି ଅଫିସ ସମ୍ମୁଖରେ ହତ୍ୟା ମାମଲାରେ ଦଣ୍ଡାଦେଶ, ୨ ଦୋଷୀଙ୍କୁ ଆଜୀବନ ସଜା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ସଜା। ଭୁବନେଶ୍ବର ଡିସିପି ଅଫିସ ସମ୍ମୁଖରେ ହତ୍ୟା ମାମଲାରେ ଦଣ୍ଡାଦେଶ ।

ଅଟୋ ଚାଳକ ସୌମ୍ୟ ରଂଜନ କୁଣ୍ଡୁ ହତ୍ୟା ମାମଲାରେ ସଜା। ମନୋଜ ଦାସ ଓ ଅଶୋକ ଦାସଙ୍କୁ ଆଜୀବନ ସଜା। ୨୦୨୨ ଅଗଷ୍ଟ ୩୦ ହତ୍ୟା ମାମଲାରେ ଜିଲ୍ଲା ଦୌରା ଜଜ୍‌ଙ୍କ ରାୟ।

ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଏହି ମାମଲାରେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଥିଲା।

ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ଅଟୋ ଚାଳକଙ୍କୁ  ୬/୭ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା।

ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣା ପଡ଼ିବା ପରେ। ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ଜଣାଯାଇଛି।

ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା। ଆଜି ଏହି ମାମଲାର ଆଜି ଶୁଣାଣି ହୋଇଛି।