fbpx

ବଢୁଛି ତାତି! ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ଜାଣନ୍ତୁ କେତେ ଡିଗ୍ରୀ?

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ଧିରେ ଧିରେ ବଢୁଛି ତାତି । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର । ସମସ୍ତ ରେକର୍ଡ ଭାଙ୍ଗି ଭୁବନେଶ୍ୱରର ତାପମାତ୍ରା ଆଜି ୪୪.୨ ଡିଗ୍ରୀ ସେଲସିୟସ୍ ହୋଇଛି । ତେବେ ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା ରହିଛି । ବାରିପଦାରେ ୪୩.୬ ଡିଗ୍ରୀ, ବାଲେଶ୍ୱରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ବୌଦ୍ଧ, ଗଜପତି ଓ ମାଲକାନଗିରିରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୪୧.୫ ଡିଗ୍ରୀ, ଟିଟିଲାଗଡ ଓ ନୟାଗଡରେ ୪୧.୨ ଡିଗ୍ରୀ, ସୋନପୁର ଓ ସମ୍ବଲପୁରରେ ୪୦.୮ ଡିଗ୍ରୀ, କଟକରେ ୪୦.୬ ଡିଗ୍ରୀ, ଝାରସୁଗୁଡା ଓ ସୁନ୍ଦରଗଡରେ ୪୦.୫ ଡିଗ୍ରୀ, ରାୟଗଡରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Get real time updates directly on you device, subscribe now.