ଭୁବନେଶ୍ୱର: ବିଜୁ ଜନତା ଦଳକୁ ନେଇ ବିସ୍ଫୋରକ ବୟାନ ଦେଲେ ଭୂପିନ୍ଦର ସିଂ । ବିଜେଡି କମିଟି ଓ ପିଏସିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର ସିଂ ରଖିଛନ୍ତି ନିଜ ପ୍ରତିକ୍ରିୟା ।
କାହିଁକି ବାଦ୍ ପିଡ଼ିଲି ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ ବୋଲି କହିଲେ ଭୂପିନ୍ଦର । ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ମୋ ପାଖେ ଅଛି ।
ବିଧାୟକ ନଥିଲେ ବି ଅଧିକ ସମ୍ମାନ ପାଇଛି ବୋଲି କହିଲେ ଭୂପିନ୍ଦର । ମୁନା ଖାନ୍ ନିଜ ପଦକୁ ନେଇ ଖୁସି ନାହାନ୍ତି ବୋଲି ମିଡିଆରୁ ଶୁଣିବାକୁ ପାଇଲି ।