fbpx

ଋଷ ଆଭିମୁଖ୍ୟକୁ ନେଇ ଭାରତକୁ ଜୋ ବାଇଡେନଙ୍କୁ କଟାକ୍ଷ: କହିଲେ ଆଭିମୁଖ୍ୟ ଗ୍ରହଣ କରିବାରେ ଅସ୍ଥିର ଭାରତ

ଋଷ ୟୁକେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୨୭ ଦିନରେ ପହଞ୍ଚିଛି ଯୁଦ୍ଧ ବିଭୀଷିକା । ଋଷର ଲଗାତାର ଆକ୍ରମଣରେ ଗଲାଣି ହଜାର ହଜାର ଜୀବନ । ଯୁଦ୍ଧ ରୋକିବାକୁ କୂଟନୈତିକ ସ୍ତରରେ ଚେଷ୍ଟା ଚାଲିଥିଲେ ବି ତାହା ସମ୍ଭବ ହୋଇପାରୁନାହିଁ ।

ଏହାରି ମଧ୍ୟରେ ଭାରତର ଋଷ ଆଭିମୁଖ୍ୟକୁ କଟାକ୍ଷ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି ଋଷ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାରେ ଭାରତ ଅସ୍ଥିର ସ୍ଥିତିରେ ରହୁଛି । ଭାରତ ଆମେରିକାର ଏକମାତ୍ର ସହଯୋଗୀ ରାଷ୍ଟ୍ର ଯାହାର ଆଭିମୁଖ୍ୟ ଅଲଗା ରହିଛି, ଯେତେବେଳେକି ନାଟୋ, ୟୁରୋପୀୟ ସଂଘ, ଅନ୍ୟ ଏସୀୟ ସହଯୋଗୀ ରାଷ୍ଟ୍ରର ଆଭିମୁଖ୍ୟ ସ୍ପଷ୍ଟ ରହିଛି ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ୟୁକ୍ରେନ ରାଷ୍ଟପତି ନାଟୋର ଆଭିମୁଖ୍ୟକୁ ନେଇ ଆକ୍ରୋଶମୂଳକ ମନୋଭାବ ପ୍ରକାଶ କରିଛନ୍ତି । ନାଟୋ ସଦସ୍ୟ ଭାବରେ ଗ୍ରହଣ କରିବ ନା ନାହିଁ ସେନେଇ ସ୍ପଷ୍ଟ କରିବାକୁ କହିଛନ୍ତି ଜେଲେନସ୍କୀ ।

Get real time updates directly on you device, subscribe now.