fbpx

ତ୍ରିପୁରାରେ ବିଜେପିକୁ ବଡ ଝଟକା, ପାର୍ଟି ଛାଡିଲେ ଦୁଇ ବିଧାୟକ, କଂଗ୍ରେସରେ ହେବେ ସାମିଲ୍ !

ନୂଆଦିଲ୍ଲୀ: ତ୍ରିପୁରାରେ ବିଜେପିକୁ ଲାଗିଲା ବଡ ଝଟକା। ପାର୍ଟିର ଦୁଇ ଜଣ ବିଧାୟକ ସୁଦୀପ ରାୟ ବର୍ମନ ଏବଂ ଆଶିଷ କୁମାର ଶାହା ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦୁଇ ନେତା ସୋମବାର ପାର୍ଟି ଛାଡିଛନ୍ତି।  ଇସ୍ତଫା ଦେବା ପରେ ଦୁଇ ନେତା ଦିଲ୍ଲୀ ଯାଉଛନ୍ତି। ଉଭୟଙ୍କ କଂଗ୍ରେସରେ ସାମିଲ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୁହାଯାଉଛି ଫେବୃଆରୀ ୧୦ରେ ବର୍ମନ ଏବଂ ଆଶିଷ କଂଗ୍ରେସରେ ଯୋଗ ଦେବେ। ଆଶିଷ କୁମାର ଶାହା ପୂର୍ବରୁ ହିଁ ବିଜେପିରୁ ଇସ୍ତଫା ଦେଇଥିଲେ। ହେଲେ ଆଜି ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ଗତ ସପ୍ତାହରେ ସୁଦୀପ ରାୟ ବର୍ମନ ବିଜେପିର ସମାଲୋଚନା କରି କହିଥିଲେ, ରାଜ୍ୟରେ ଗଣତନ୍ତ୍ର ଆଉ ବଞ୍ଚି ନାହିଁ। ଲୋକେ ଅଣନିଃଶ୍ଵାସୀ ହୋଇ ବଞ୍ଚୁଛନ୍ତି। ରାଜ୍ୟରେ ଗଣତନ୍ତ୍ର ଶେଷ ହୋଇ ଯାଇଛି। ଜନତାଙ୍କଠୁ ଗଣତନ୍ତ୍ର ଛଡାଇ ନିଆଯାଇଛି। ଏମିତିରେ ଲୋକେ ନିଜକୁ ଅସହାୟ ମଣୁଛନ୍ତି। ଏହା ପରଠୁ ବିଜେପି ବର୍ମନଙ୍କ ଉପରେ କଡା ନଜର ରଖିଥିଲା।

୨୦୧୭ରେ ତୃଣମୂଳ କଂଗ୍ରେସ ଛାଡି ସୁଦୀପ ରାୟ ବର୍ମନ ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ୨୦୧୯ ଜୁନରେ ସ୍ଵାସ୍ଥ୍ୟ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କହିଥିଲେ, ବିଜେପି ଭିତରେ ବଢୁଥିବା ପାର୍ଟିର ଶତ୍ରୁ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ।

Get real time updates directly on you device, subscribe now.