fbpx

Infosysକୁ ବଡ଼ ଝଟକା, IT ବିଭାଗ ଜାରି କଲା ଏତିକି ଟଙ୍କାର ଡିମାଣ୍ଡ ନୋଟିସ୍‌

ନୂଆଦିଲ୍ଲୀ: ବିଶିଷ୍ଟ ସଫ୍ଟୱେର ସେବା ପ୍ରଦାନକାରୀ କମ୍ପାନୀ ଇନଫୋସିସ୍‌(Infosys)କୁ ଲାଗିଛି ବଡ଼ ଝଟକା । ଆସେସମେଣ୍ଟ ବର୍ଷ ୨୦୨୦-୨୧ ପାଇଁ ଆୟକର ବିଭାଗ କମ୍ପାନୀ ପାଇଁ tax demand ନୋଟିସ ଜାରି କରିଛି । ଏହି ଅପଡେଟ୍ ପରେ ଇନଫୋସିସ୍ ଶେୟାର ଉପରେ ନିବେଶକଙ୍କ ନଜର ରହିବ । ସୋମବାର ଶେୟାର ମାର୍କେଟର ବୃଦ୍ଧି ମଧ୍ୟରେ କମ୍ପାନୀର ଶେୟାରରେ ହ୍ରାସ ଦେଖିବାକୁ ମିଳିଥିଲା ।

ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ଯେ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ତ୍ରୈମାସିକ ଏବଂ ଆର୍ଥିକ ବର୍ଷ ପାଇଁ ଇନଫୋସିସ୍ କମ୍ପାନୀ ନିଜର ଆର୍ଥିକ ବିବରଣୀ ଉପରେ ଏହି ନୋଟିସର ପ୍ରଭାବକୁ ମୂଲ୍ୟାଙ୍କନ କରୁଛି । ଏହା ସହ ଏହି ଆଦେଶ ବିରୋଧରେ ଆବେଦନ କରିବାକୁ ବିଚାର କରୁଛି । କହିରଖୁଛୁ ଆସେସମେଣ୍ଟ ବର୍ଷ ୨୦୨୦-୨୧ ପାଇଁ ଆୟକର ବିଭାଗ ପକ୍ଷରୁ କମ୍ପାନୀ ଉପରେ ୩୪୧ କୋଟି ଟଙ୍କାର tax demand ନୋଟିସ ଜାରି କରାଯାଇଛି । ଏହା ସହ Infosysର ଅନ୍ୟ ସହଯୋଗୀ କମ୍ପାନୀଗୁଡ଼ିକୁ ଆସେସ୍‌ମେଣ୍ଟ ବର୍ଷ ୨୦୧୪-୧୫ ବର୍ଷ ପାଇଁ ୧୫ କୋଟି ଟଙ୍କାର ରିଫଣ୍ଡ ଆଦେଶ ମିଳିଛି । ଆୟକର ଆକ୍ଟ, ୧୯୬୧ର ଭିନ୍ନ ଭିନ୍ନ ଧାରା ଅନୁଯାୟୀ ଏହି ଆଦେଶ ଦିଆଯାଇଛି ।

 

Get real time updates directly on you device, subscribe now.