fbpx

ବଡ଼ ଖବର: ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୨୧୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୧ ଜିଲ୍ଲାରୁ ଆଉ ନୂଆ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୧୮ଜଣଙ୍କ ମଧ୍ୟରୁ ୧୯୮ଜଣ କ୍ୱାରେଣ୍ଟିନ ସେଣ୍ଟରର ଓ ୨୦ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୯, ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦, ମୟୁରଭଞ୍ଜରୁ ୯, ବାଲେଶ୍ୱରରୁ ୭, କେନ୍ଦ୍ରାପଡ଼ାରୁ ୬, କଟକରୁ ୫, ଝାରସୁଗୁଡ଼ାରୁ ୪, ନୂଆପଡ଼ାରୁ ୨, କେନ୍ଦୁଝରରୁ ୨, ସମ୍ବଲପୁରରୁ ୨, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନଡ଼ିଆରଏଫର ୭ଜଣ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.