Big Breaking: ଲ୍ୟାଣ୍ଡଫଲ କଲା ‘ମିଗଜୋମ’, ମଧ୍ୟରାତ୍ର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ

ନୂଆଦିଲ୍ଲୀ: ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଲ୍ୟାଣ୍ଡଫଲ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆନ୍ଧ୍ରପ୍ରଦେଶର ବାପାଟ୍ଲା ନିକଟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ତେବେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ ଜାରି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ସେହି ସମୟରେ ଲ୍ୟାଣ୍ଡଫଲ ସ୍ଥାନରେ ପବନର ବେଗ ୯୦ରୁ ୧୧୦ କିମି ରହିଥିବା ସୂଚନା ମିଳିଛି ।

ତେବେ ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିମାନଙ୍କୁ ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି ।