fbpx

Big Breaking: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

Advertisement

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏହି ସମ୍ମିଳନୀ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଏହି ସମ୍ମିଳନୀ ହେବାକୁ ଯାଉଥିବା ସୂଚନା ମିଳିଛି । ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟ ସଚିବ ଏ ନେଇ ସୂଚନା ଦେଇଛନ୍ତି । ତେବେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ।

ତେବେ ଏହି ସମ୍ମିଳନୀରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ତଥା ଭାଷା ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯିବା ସହିତ ଭାରତର ସମସ୍ତ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତି ପାଇଁ ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ତେବେ ଏଥି ପାଇଁ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟମାନେ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ । ଏଥି ସହିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଦ୍ୱାରା ରାଜ୍ୟ ଏବଂ ରାଜ୍ୟ ବାହାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ଓଡ଼ିଆ ଭାଷାରେ ଗବେଷଣା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛି ଐତିହ୍ୟ ମନ୍ତ୍ରାଳୟ । ଏହା ବ୍ୟତୀତ ଆଗାମୀ ପିଢ଼ିଙ୍କ ପାଇଁ ଓଡ଼ିଆ ଭାଷାର ମହତ୍ତ୍ୱକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ ।

Get real time updates directly on you device, subscribe now.