fbpx

Big Breaking.. ହାଇଟେକ୍‌ ଟ୍ରାଜେଡି; ଆସିଲା DNA ରିପୋର୍ଟ, ଦୀଲିପଙ୍କ ମୃତ୍ୟୁ ନେଇ ସ୍ପଷ୍ଟ

Advertisement

ଭୁବନେଶ୍ୱର: ସାମ୍ନାକୁ ଆସିଲା DNA ରିପୋର୍ଟ। ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ଆସିଲା DNA ରିପୋର୍ଟ । ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଥିଲା ସନ୍ଦେହ । ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ମୃତ୍ୟୁ। ଗୁରୁତର ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟ ମୃତ ହୋଇଥିଲା । ଛଅ ତାରିଖ ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଥିଲେ ଦିଲ୍ଲୀପ । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆ ଯାଇଥିଲା ସୂଚନା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ DNA ଟେଷ୍ଟ ପାଇଁ ଦାବି ହୋଇଥିଲା । ଦିଲୀପ ସାମନ୍ତରାୟଙ୍କ ମା’ଙ୍କ ସାମ୍ପଲ ନେଇଥିଲା ପୋଲିସ ।

ପରିଚୟ ସ୍ପଷ୍ଟ ପରେ ଏବେ ପରିବାର ଲୋକଙ୍କୁ ଦିଆଯିବ ମୃତଦେହ । DNA ରିପୋର୍ଟ ନେଇ ଏଡିସିପି ପ୍ରକାଶ ପାଲ୍‌ଙ୍କ ସୂଚନା । ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ ୪ଜଣ। ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଲେ ।

Get real time updates directly on you device, subscribe now.