fbpx

BIG BREAKING…ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତାର ବାନ୍ଧବୀ ଗିରଫ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତାର ବୀବାନ୍ଧ ଗିରଫ । କ୍ରାଇମସିନ୍‌ ରିକ୍ରିଏଟ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ତ୍ରିକୋଣୀୟ ପ୍ରେମରୁ ଅଞ୍ଜନ ନାମକ ଯୁବକକୁ ହତ୍ୟା କରାଯାଇଥିଲା । ସୂଚନା ଅନୁସାରେ ସାଙ୍ଗର ପ୍ରେମ ପାଇଁ ମିଡିଏଟର ହୋଇଥିଲେ । ପ୍ରେମକୁ ନେଇ ଯୁବକଙ୍କର ପାଖକୁ ବୁଝାଇବାକୁ ଯାଇଥିଲେ । ରାତି ଅଧରେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ମିଡିଏଟର ହେଉଥିଲୁ ଏବେ ହଣା ଖା କହି ହାଣି ଚାଲିଲେ । ଘୁସୁଡ଼ୁଥିଲେ ଯୁବକ ତଥାପି ଦୟାମାୟା ଦେଖାଇନଥିଲେ ।

ବିକଳ ହୋଇ ଅନ୍ୟର ଘରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଶି ଯାଇଥିଲେ । କିଛିବି ଦୋଷ ନଥାଇ ବି ତାଙ୍କୁ ହାଣି ପକାଇଥିଲେ । ମୃତ ଅଞ୍ଜନ ଖାଲି ବୁଝାଇବା ପାଇଁ ସେଠାକୁ ଯାଇଥିଲେ । ଯାହା ସବୁ ଅସୁବିଧା ଅଛି ସମାଧାନ କରିବାକୁ ଚାହୁଁଥିଲେ । ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କାହ୍ନା ତାଙ୍କ ସାଙ୍ଗ ମାନଙ୍କ ସହ ଚୋଟ ମାରିବାକୁ ଲାଗିଥିଲେ । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଚୋଟ ମାରିଥିଲେ । ଡାକ୍ତର ଖାନାରେ ଚିକିତ୍ସା ସମୟରେ ଅଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ କରି ଅଜି ଅଭିଯୁକ୍ତ କାହ୍ନା ପ୍ରଧାନ ଏବଂ ପ୍ରେମିକାଙ୍କୁ ଗିରଫ କରାଯାଇଛି । ଏନେଇ ଅଜି ଡିସିପି ପ୍ରତିକ୍ ସିଂ ପ୍ରେସ୍ ମିଟରେ ଗଣମାଧ୍ୟମକୁ କହିଛନ୍ତି ।

Get real time updates directly on you device, subscribe now.