fbpx

ବଡ଼ ଖବର: ରାଜ୍ୟରେ ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୩୭୧, ଖୋର୍ଦ୍ଧାରୁ ୧୨୧, ରାୟଗଡ଼ାରୁ ୯୬, ମାଲକାନଗିରିରୁ ୬୬, କଟକରୁ ୫୭,ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪, ସୁନ୍ଦରଗଡ଼ରୁ ୨୯, ପୁରୀରୁ ୨୮, ବରଗଡ଼ରୁ ୨୬, କେନ୍ଦ୍ରାପଡ଼ାରୁ ୨୪, ଗଜପତିରୁ ୨୪,ସମ୍ବଲପୁରରୁ ୨୦, ଯାଜପୁରରୁ ୨୦, ନବରଙ୍ଗପୁରରୁ ୧୭, କେନ୍ଦୁଝରରୁ ୧୬, କୋରାପୁଟରୁ ୧୫, କଳାହାଣ୍ଡିରୁ ୧୫, ମୟୁରଭଞ୍ଜରୁ ୧୩, କନ୍ଧମାଳରୁ ୧୩, ସୋନପୁରରୁ ୧୦,ବାଲେଶ୍ୱରରୁ ୧୦, ବଲାଙ୍ଗୀରରୁ ୬, ନୟାଗଡ଼ରୁ ୫, ବୌଦ୍ଧରୁ ୩, ଢ଼େଙ୍କାନାଳରୁ ୨, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.