‘ସୁଭଦ୍ରା’ ଆବେଦନକୁ ନେଇ ବଡ଼ ନିଷ୍ପତ୍ତି: ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ମିଳିବ ୨ଟି କିସ୍ତି
'ସୁଭଦ୍ରା' ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି। ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ମିଳିବ ୨ଟି କିସ୍ତି।
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ ରେ ବଡ଼ ନିଷ୍ପତ୍ତି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିଲେ ୨ଟି କିସ୍ତି ମିଳିବ ।
ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ମିଳିବ ଏକକାଳୀନ ମିଳିବ ୨ଟି କିସ୍ତି । ସେପଟେ ବୟସ୍କଙ୍କ ଭତ୍ତା ବଢ଼ିବା ନେଇ ମଧ୍ୟ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ ।
୮୦%ରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ । ମାସିକ ଭତ୍ତା ୧୨୦୦ରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ୍ ମୋହର ।
ଆଜି ରାଜ୍ୟ କ୍ୟାବିନେଟ୍ରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି । କୃଷି ଉଦ୍ୟୋଗ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ମିଳିବ ସହାୟତା ।
୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫ ହଜାର । ସେହିପରି କେନ୍ଦ୍ରର ୩୦ ହଜାର ସବସିଡ୍ ବାଦ୍ ରାଜ୍ୟ ସରକାର ୨୫ ହଜାର ଦେବେ ।
୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮ ହଜାର ।