MVA ସିଟ୍ ଶେୟାରିଂକୁ ନେଇ ବଡ଼ ନିଷ୍ପତ୍ତି, ସାଙ୍ଗଲି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମହାରାଷ୍ଟ୍ର କଂଗ୍ରେସର ୟୁନିଟ୍ ମୁଖ୍ୟ
ନାନା ପଟୋଲ ସୋମବାର ସୂଚନା ଦେଇ କହିଥିଲେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମହା ବିକାଶ ଅଘାଡ଼ି(MVA) ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।

MVA ମେଣ୍ଟରେ ଆସନ ଭାଗବଣ୍ଟା ବିଷୟରେ ନାନା ପଟୋଲଙ୍କୁ ପଚାରିବାରୁ ସେ କହିଥିଲେ, ‘ଲୋକସଭା ନିର୍ବାଚନ ପାଇଁ ସାଙ୍ଗଲି ନିର୍ବାଚନମଣ୍ଡଳୀରୁ ବିଶାଳ ପାଟିଲଙ୍କୁ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇବା ନେଇ ନିଷ୍ପତ୍ତି ହୋଇଛି ।’ ବର୍ତ୍ତମାନ ସାଙ୍ଗଲି ଲୋକସଭା ଆସନରେ ବିଜେପିର ସଞ୍ଜୟ କାକା ପାଟିଲ ସଂସଦ ଅଛନ୍ତି । MVAରେ ଶିବସେନା- ଉଦ୍ଧବ ବାଲାସାହେବ ଠାକରେ (ଶବସେନା ୟୁବିଟି), କଂଗ୍ରେସ ଏବଂ MVA ଶରଦ ଚନ୍ଦ୍ର ପାୱାର ସାମିଲ ଅଛନ୍ତି । ସୂତ୍ରରୁ ପ୍ରକାଶ ଏହି ସମୟରେ ଶିବସେନା ଉଦ୍ଧବ ଦଳ ୨୨, କଂଗ୍ରେସ ୧୬ ଏବଂ ଶରଦ ପାୱାରଙ୍କ ଦଳ ୧୬ଟି ଅସନରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ।

Get real time updates directly on you device, subscribe now.