ଜଳେଶ୍ୱର: ସମୁଦ୍ର ମଝିରେ ବଡ଼ ଅଘଟଣ। ମଝି ସମୁଦରେ ବୁଡ଼ିଲା ଏକାଥରେ ୨ଟି ମାଛଧରା ଟ୍ରଲର। ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ବୁଡ଼ିଗଲା ୨ଟି ବିଶାଳ ଟ୍ରଲର।
ଯେଉଁ ଟ୍ରଲରରେ ଥିଲେ ୨୯ ଜଣ ମାଛ ଧରାଳି। ଦୀଘାଠୁ ପାଖାପାଖି ୧୦୦ କି.ମି ଦୂରରେ ଥିବା ଜମୁ ଦ୍ୱୀପ ନିକଟରେ ଏହି ଅଘଟଣ ଘଟିଛି। ଟ୍ରଲର ବୁଡ଼ିବା ସମୟରେ ଟ୍ରଲରରେ ଥିଲେ ସମସ୍ତ ମତ୍ସ୍ୟଜୀବୀ।
ହେଲେ ମାଛ ଧରିବାକୁ ଯାଇଥିବା ସମୟରେ ହଠାତ୍ ମଝି ସମୟରେ ବୁଡ଼ିଯାଇଥିଲା ୨ଟି ଯାକ ଟ୍ରଲର। ସୌଭାଗ୍ୟ ବଶତଃ ଟ୍ରଲରରେ ଥିବା ୨୯ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି। ସମସ୍ତେ ପହଁରା ଶିଖିଥିବାରୁ ବଞ୍ଚିଯାଇଛନ୍ତି।