fbpx

Video; କଞ୍ଚାପରିବା ଦରଦାମ୍ ବୃଦ୍ଧିକୁ ନେଇ ଆସିଲା ବଡ଼ ଖବର, ଜଣାପଡ଼ିଲା କିଏ ବଢ଼ାଉଛି ପରିବା ଦର…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଳୁ, ପିଆଜ ଠାରୁ ପନିପରିବା ସବୁର ଦର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି । ରାଜ୍ୟର ବିଭିନ୍ନ ପରିବା ବଜାରରେ ପରିବା ଦାମ୍ ୮୦ ଟଙ୍କା ଉପରେ । ଆଳୁ କିଲୋ ୩୫ଟଙ୍କା, ପିଆଜ ୪୦ ଟଙ୍କା, ଅଦା, ରସୁଣ ୧୮୦ରୁ ୨୦୦ ଟଙ୍କା ରହିଛି । ସେହିପରି କେଜି ପ୍ରତି ବାଇଗଣ ୮୦, କଲରା ୮୦, ଝୁଡଙ୍ଗ ୮୦ ,ପୋଟଳ ୬୦ରୁ ୮୦, ଟମାଟୋ ୮୦, ବିନ୍ ୧୮୦ ଟଙ୍କା ରହିଛି । ଫୁଲ କୋବି ଗୋଟା ୮୦, ବନ୍ଧା କୋବି ୪୦ , ମାଟି ଆଳୁ କେଜି ୪୦, ଜହ୍ନି ୮୦ ଟଙ୍କା ରହିଛି ।

ଗାଜର ୩୦, ବିଟ ୩୦ ଏବଂ ଏମିତିକି କଞ୍ଚା ଲଙ୍କା କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି । ସ୍ଥିତି ଏପରି ହୋଇଛି ଯେ କାହାକୁ ନେବେ କାହାକୁ ନେବେନି ଦ୍ୱନ୍ଦ୍ୱରେ ଗ୍ରାହକ । କିଛି ଗ୍ରାହକ କହିଛନ୍ତି ନିର୍ବାଚନ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପକେଟକୁ ବେଶ ବାଧୁଛି ଓ ସରକାର ଏହାକୁ ନିୟନ୍ତ୍ରଣ କରନ୍ତୁ । ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଦର ଅକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବିଶେଷ କରି ଗରିବ ଓ ମଧ୍ୟବିତ୍ତ ଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । କଟକ ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି କୃଷିଜାତ ଖାଦ୍ୟ ସାମଗ୍ରୀ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଯେଉଁ ଦରରେ ଆମଦାନୀ ହେଉଛି ସେହି ଅନୁସାରେ ବିକ୍ରୀ କରାଯାଉଛି । କୌଣସି ପ୍ରକାର କଲବଜାରୀ ମଧ୍ୟ କରାଯାଉ ନଥିବା କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।

Get real time updates directly on you device, subscribe now.