fbpx

SSC Recruitment; ୪୬ ହଜାର କନେଷ୍ଟବଳ ପଦବୀ ପାଇଁ ବଡ଼ ନିଯୁକ୍ତି: ପୋଲିସ ହେବା ପାଇଁ ସୁବର୍ଣ୍ଣ ସୁଯୋଗ

Advertisement

ନୂଆଦିଲ୍ଲୀ: SSC GD କନେଷ୍ଟବଳ ପରୀକ୍ଷା-୨୦୨୪ରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ ତରଫରୁ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ୨୦୨୪ ଜରିଆରେ ପଦବୀ ସଂଖ୍ୟା ବୃଦ୍ଧି କରିବା ପାଇଁ କର୍ମଚାରୀ ଚୟନ ଆୟୋଗ । ଜୁନ୍ ୧୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନ BSF, CISF, SCB, ITBP, AR ଏବଂ NCBରେ କନେଷ୍ଟବଳ ରାଙ୍କରେ ମୋଟ ୪୬,୬୧୭ ପଦବୀ ପୂରଣ କରାଯିବ । ଏହାପୂର୍ବରୁ SSC ଏହି ପରୀକ୍ଷା ପାଇଁ ୨୬,୧୪୬ ପଦବୀ ପୂରଣ କରିବା ପାଇଁ କରିଥିଲା ।

ଏସଏସସି ଦ୍ୱାରା କନେଷ୍ଟବଳ GD ପରୀକ୍ଷା-୨୦୨୪ ପାଇଁ ପଦ ସଂଖ୍ୟାରେ ସଂଶୋଧନ କରାଯାଇଥିଲା । ନୂଆ ନିୟମ ଅନୁସାରେ, ବର୍ତ୍ତମାନ CISFରେ ମୋଟ ୧୩, ୬୩୨ ପଦ ପୂରଣ କରାଯିବ । ସେହିପରି BSFରେ ୧୨,୦୭୬, CRPFରେ ୯,୪୧୦ ଏବଂ ITBPରେ ୬,୨୮୭ ପଦରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇବେ ।

ଦେଖନ୍ତୁ ଲିଷ୍ଟ

ସୀମା ସୁରକ୍ଷା ବଳ (BSF)- ୧୨,୦୭୬
କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)- ୧୩, ୬୩୨
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)- ୯,୪୧୦
ସଶସ୍ତ୍ର ସୀମା ବଳ (SSB)- ୧,୯୨୬
ଭାରତ-ତିବ୍ଦତ ସୀମା ପୋଲିସ (ITBP)- ୬,୨୮୭
ଆସାମ ରାଇଫଲ୍ସ (AR)- ୨,୯୯୦
ବିଶେଷ ସୁରକ୍ଷା ବଳ (SSF)- ୨୯୬

ମୋଟ- ୪୬,୬୧୭

SSC ଦ୍ୱାରା GD କନେଷ୍ଟବଳ ପରୀକ୍ଷା-୨୦୨୪ ପାଇଁ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାପରେ କିଛି କେନ୍ଦ୍ରରେ ସମସ୍ୟା ଦେଖାଦେବାରୁ ମାର୍ଚ୍ଚ ୩୦ ତାରିଖରେ ଆୟୋଜନ କରାଯାଇଥିଲା । ତେବେ ଏହାର ଫଳାଫଳ ଘୋଷଣା ତାରିଖ ହୋଇ ନଥିବା ବେଳେ ଖୁବଶୀଘ୍ର ଏ ନେଇ ବଡ଼ ଅପଡେଟ ଆସିବ ବୋଲି ଆଶା କରାଯାଉଛି । ଏଥିପାଇଁ SSCର ଅଫିସିଆଲ ୱେବସାଇଟ ssc.gov.in ରେ ଚେକ୍ କରିପାରିବେ ।

Get real time updates directly on you device, subscribe now.