fbpx

କେଉଁଠି ଆୟୋଜନ ହେବ IPL: ମୁହଁ ଖୋଲିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ । ଆଉ ତା ପରେ IPL ମହାସମର । ପ୍ରତିବର୍ଷ ଅପେକ୍ଷା ଚଳିତ ସିଜନ ହେବ ସବୁଠୁ ରୋଚକ । କାରଣ ଚଳିତ ବର୍ଷ ୧୦ଟି ଟିମ ମଧ୍ୟରେ ହେବ ଘମାଘୋଟ ଲଢେଇ । ତେବେ ଏସବୁ ଉତ୍ସାହ ଭିତରେ ଗୋଟିଏ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ମହାମାରୀ କରୋନା । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ଭାରତରେ ଏହା ଆୟୋଜନ କରାଯାଇ ପାରିବ କି ନାହିଁ ସେ ନେଇ ଚାଲିଛି କଳ୍ପନାଜଳ୍ପନା ।
ତେବେ ଏହି ବଡ ପ୍ରଶ୍ନର ଉତ୍ତର ନେଇ ଆସିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଚଳିତ ବର୍ଷ IPL ଭାରତରେ ହିଁ ଆୟୋଜନ କରାଯିବ ବୋଲି ଦାଦା ସ୍ପଷ୍ଟ ସୂଚନା ଦେଇଛନ୍ତି । କରୋନା ପାଇଁ ଚଳିତ ସିଜନ ଶ୍ରୀଲଙ୍ଗା, ସାଉଥ ଆଫ୍ରିକା କିମ୍ବା ଦୁବାଇରେ ଆୟୋଜନ ହେବା ନେଇ ଅନେକ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ଦେଶରେ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ । ମହାରାଷ୍ଟ୍ର ଏବଂ ପୁଣେରେ ମ୍ୟାଚର ଆୟୋଜନ କରିବା ପାଇଁ ଯୋଜନା ଚାଲିଛି । ତେବେ ନକଆଉଟ ପାଇଁ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ ।
ଚଳିତ ସିଜନରେ ୮ଟି ଦଳ ବଦଳରେ ମଇଦାନକୁ ଓହ୍ଲାଇବେ ୧୦ଟି ଦଳ । ଏଥିପାଇଁ ଫେବୃୟାରୀ ୧୨ ଏବଂ ୧୩ ତାରିଖରେ ମେଗା ଅକ୍ସନ ମଧ୍ୟ କରାଯିବ । ତେବେ ଅକ୍ସନ ପୂର୍ବରୁ ୩୩ ଜଣ ଖେଳାଳିଙ୍କୁ ରିଟେନ କରି ନେଇଛନ୍ତି ସମସ୍ତ ଦଳ । ଏହାପରେ ମେଗା ଅକ୍ସନ ପାଇଁ ୧୫ ଦେଶରୁ ୫୯୦ ଜଣ ଖେଳାଳି ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.