fbpx

‘ବିଗବସ୍ ୧୪’ ପ୍ରିମିୟର ଏପିସୋଡରୁ ଫଟୋ ଲିକ୍: ନଜର ଆସିଲେ ୨ କଳାକାର, ଜାଣନ୍ତୁ କିଏ

ନୂଆଦିଲ୍ଲୀ୨ ।୧୦: ଛୋଟ ପରଦାରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଆଲିଟି ଶୋ ବିଗବସର ୧୪ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପୂର୍ବ ସିଜିନର ପ୍ରତିଯୋଗୀମାନଙ୍କ ସହ ଗୋରେଗାଁଓ ଫିଲ୍ମସିଟିରେ ଶୋର ପ୍ରଥମ ଏପିସୋଡ ସୁଟିଂ କରାଯାଇଥିଲା । ତେବେ ଶୋ’ର ଗ୍ରାଣ୍ଡ ପ୍ରିମିଅରର ପ୍ରସାରଣ ଶନିବାର ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି । ଗ୍ରାଣ୍ଡ ପ୍ରିମିୟରର ଏପିସୋଡ ପ୍ରସାରିତ ପୂର୍ବରୁ ଶୋ’ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ସଲମାନ ଖାନ୍ ଶୋ’ର ପ୍ରତିଯୋଗୀମାନଙ୍କ ସହ ଠିଆ ହୋଇଥିବାର ନଜର ଆସିଛନ୍ତି । ଶୋ ଆରମ୍ଭ କରିବା ପୂର୍ବରୁ ପ୍ରତିଯୋଗୀମାନଙ୍କ ନାଁ ପ୍ରକାଶା ନକରିବାକୁ ନିର୍ମାତାମାନେ ଚେଷ୍ଟା କରିଛନ୍ତି, ଯାହାକି ବିଫଳ ହୋଇଛି । କାରଣ ଭାଇରାଲ ହୋଇଥିବା ଫଟୋରେ ପ୍ରତିଯୋଗୀମାନଙ୍କର ଫଟୋ ଦେଖିବାକୁ ମିଳିଛି । ଏହି ଫଟୋରେ ସଲମାନ ଖାନଙ୍କ ସହ ରୁବିନା ଦିଲାକ ଓ ଅଭିନାଭ ଶୁକ୍ଲା ନଜର ଆସିଛନ୍ତ, ଯେଉଁଥିରେ ରୁବିନା ସଲମାନଙ୍କୁ କିଛି କହୁଥିବାର ନଜର ଆସିଛନ୍ତି । ଏହି ସମୟରେ ସଲମାନ ମାସ୍କ ପିନ୍ଧିବା ସହ ବ୍ଲାକ୍ ଲୁକ୍ରେ ଦୃଶ୍ୟ ହୋଇଛନ୍ତି ।

ତେବେ ବିଗବସ୍ ୧୪ରେ ଏଥର ଜସ୍ମିନ ଭାସିନ, ନିଶିକାନ୍ତ ସିଂହ ମଲକାନୀ, ରାହୁଲ ବୈଦ, ନିକି ତମ୍ବୋଲୀ, ପବିତ୍ର ପୁନିୟା ଇତ୍ୟାଦି ନଜର ଆସିବେ । ଏହାଛଡାପୂର୍ବ ସିଜିନ ଲୋକପ୍ରିୟ ପ୍ରତିଯୋଗୀ ହିନା ଖାନ, ଗୌହ୍ୱର ଖାନ, ସିଦ୍ଧାର୍ଥ ଶୁକ୍ଲା ଦୁଇ ସପ୍ତାହ ପାଇଁ ବିଗବସ୍ ହାଉସରେ ରହିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.