fbpx

ଚୋରି ହେଇଗଲା ୨୫୦ ବର୍ଷର ପୁରୁଣା ବଜରଙ୍ଗବାଲୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ମୂଲ୍ୟ ୪୦ କୋଟି, ପୋଲିସ କହୁଛି..

ନୂଆଦିଲ୍ଲୀ: ବିହାରର ଛପରା ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, ଛପରା ଧାର୍ମିକ ନଗରୀ ରିବିଲଗଞ୍ଜରେ ୪୦ କୋଟି ମୂଲ୍ୟର ବଜରଙ୍ଗ ଅଷ୍ଟଧାତୂର ମୂର୍ତ୍ତି ଚୋରମାନେ ଚୋରି କରିନେଇଛନ୍ତି । ୪୨ କିଲୋ ଓଜନର ଏହି ମୂର୍ତ୍ତି ୨୫୦ ବର୍ଷ ପୁରୁଣାର ଥିଲା । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି । ହେଲେ ଚୋରି ହେବାର ୨ ଦିନ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ଅଛି ।

କୁହାଯାଉଛି ଯେ, ପୂର୍ବରୁ ଏହି ଅଞ୍ଚଳରେ ଥିବା ବହୁ ମନ୍ଦିରରୁ ମଧ୍ୟ ମୂର୍ତ୍ତିମାନ ଚୋରି ହେଇଯାଇଛି । ହେଲେ ଏହି ମାମଲାରେ ପ୍ରଶାସନ ଏହାକୁ ଖୋଜିବାରେ ବିଫଳ ହେଇଛି । ପୁଣିଥରେ ପ୍ରଶାସନକୁ ଚୋରମାନେ ଚ୍ୟାଲେଞ୍ଜ ଦେଇ ୪୦ କୋଟି ଟଙ୍କାର ମୂର୍ତ୍ତି ଚୋରି କରିନେଇଛନ୍ତି । ଏପରି ବାରମ୍ବାର ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଏଥିସହ ସେମାନେ ପ୍ରଶାସନ ଉପରେ ଚୋରମାନଙ୍କୁ ଧରିବାକୁ ନେଇ ଅବହେଳା ଅଭିଯୋଗ ଲଗାଇଛନ୍ତି ।

ବର୍ଷେ ତଳେ ମଧ୍ୟ ମଠରୁ ଦୁଇ ଥର ଏହି ଚୋରି ଘଟଣା ଘଟିଛି । ଯେଉଁଥିରେ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତା ମାଆଙ୍କ ମୂର୍ତ୍ତି ଚୋରମାନେ ନେଇଯାଇଥିଲେ । ପ୍ରଥମ ଚୋରିରେ ମୂର୍ତ୍ତିମାନ ମଠ ବଗିଚାର ଭୂମି ତଳୁ ବାହାରିଥିଲା । ଏହି ମନ୍ଦିରରେ ସ୍ଥାପିତ ହୋଇଥିବା ବହୁ ମୂଲ୍ୟର ମୂର୍ତ୍ତି ଉପରେ ଚୋରମାନଙ୍କ ନଜର ରହିଛି । ବହୁ ମୂଲ୍ୟର ଚୋରି ହୋଇଥିବା ମୂର୍ତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର ହୋଇପାରିନାହିଁ ।

Get real time updates directly on you device, subscribe now.