fbpx

Bihar Floor Test: ବିଧାନସଭା ବାଚସ୍ପତି ପଦରୁ ହଟିଲେ ଅୱଧ ବିହାରୀ ଚୌଧୁରୀ, ବିପକ୍ଷରେ ପଡ଼ିଲା ୧୨୫ ଭୋଟ୍

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବିଧାନସଭା ବାଚସ୍ପତିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିହାର ବିଧାନସଭାର ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଥିଲା । ଏହି ପ୍ରସ୍ତାବ ପକ୍ଷରେ ୧୨୫ ଭୋଟ ରହିଥିବା ବେଳେ ବିପକ୍ଷରେ ରହିଛି ୧୧୨ ଭୋଟ୍ । ଏନଡିଏ ମେଣ୍ଟ ସରକାରରେ ବିଧାନସଭାରେ ବାସସ୍ପତି ଥିଲେ ଆରଜେଡି ନେତା ଅୱଧ ବିହାରୀ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ନୀତିଶ କୁମାରଙ୍କ ସରକାର ।

ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଏଭଳି ଟ୍ୱିଷ୍ଟ ଦେଖିବାକୁ ମିଳିଛି । ବିଜେପି ବିଧାୟକ ନନ୍ଦ କିଶେର ଯାଦବ ଅୱଧ ବିହାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଧାନସଭାରେ ଉପସ୍ଥାପନ କରିଥିଲେ । ଅୱଧ ବିହାରୀ ଚୌଧୁରୀଙ୍କୁ ପଦରୁ ହଟିବା ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର କାର୍ଯ୍ୟ ପରିଚାଳନା କରିଥିଲେ । ‘ମୁଁ ରାଷ୍ଟ୍ରପତି ପଦରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିଲି । ମୁଁ ଉପ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଉଛି । ଯିଏ ଆଜି ଅଛି ସିଏ କାଲି ରହିବ ନାହିଁ । ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏକ ସାମ୍ବିଧାନିକ ପ୍ରକ୍ରିୟା’ ବୋଲି କହିଥିଲେ ଅୱଧ ବିହାରୀ ଚୌଧୁରୀ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରିଛି ।

 

Get real time updates directly on you device, subscribe now.