ବିଜୁବାବୁ ଓଡ଼ିଶାର ବରପୁତ୍ର, ତାଙ୍କୁ ଅସମ୍ନାନର ପ୍ରଶ୍ନ ନାହିଁଁ: ସୁରେଶ ପୂଜାରୀ

ଭୁବନେଶ୍ୱର,୪ା୩: ବିଜୁବାବୁଙ୍କ ଜନ୍ମଦିନ ଅର୍ଥାତ୍ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଆସୁଥିବା ବେଳେ ବିଜେପି ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏହାକୁ ନେଇ ରାଜ୍ୟରେ ବିଜେଡି ଏବଂ କଂଗ୍ରେସ ସମାଲୋଚନା କରିବା ସହ ଆନେ୍ଦାଳନ କରିଛନ୍ତି । ଏହା ପରେ ମୁହଁ ଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବିଜୁବାବୁ ବିଜେଡିର ସମ୍ପତ୍ତି ନ ଥିଲେ, ଜାତୀୟ ସମ୍ପତ୍ତି ଥିଲେ । ସେ ଓଡ଼ିଶାର ବରପୁତ୍ର । ତାଙ୍କୁ ଅସମ୍ମାନିତ କରିବାର ପ୍ରଶ୍ନ ଉଠୁନାହିଁ । ବିଜୁବାବୁ ଓଡ଼ିଶାର ଗୌରବ ଥିଲେ । ତାଙ୍କୁ ଅସମ୍ମାନିତ କରାଯାଇନାହିଁ । ମାର୍ଚ୍ଚ ୫ରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସକୁ ପୂରା ଛୁଟି ଘୋଷଣା କରାଯାଉଥିଲା । ୨/୩ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୂରା ଦିନ ଛୁଟି ରହୁଥିଲା । ବିଜୁବାବୁଙ୍କ ଜନ୍ମଦିବସ ମାର୍ଚ୍ଚ ୫ରେ ପାଳନ କରାଯିବ ମାତ୍ର ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେବ । କୌଣସି ହୀନମନ୍ୟତା ପ୍ରକାଶ କରାଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ଭକ୍ତ ଦାସ ମଧ୍ୟ ବିଜେପିର ଏତାଦୃଶ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି, ବିଜେପି ଭୁଲି ଯାଉଛି ଯେ, ବିଜୁବାବୁଙ୍କ ବାଜପେୟୀଙ୍କ ସହ ମଧ୍ୟ ସମ୍ପର୍କ ଥିଲା । ଓଡ଼ିଶା ଅସ୍ମିତାକୁ ଭଲ ପାଉଥିବା କହୁଥିବା ବିଜେପିର କାର୍ଯ୍ୟ କେତେଦୂର ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।