ବିଜୁ ପକ୍କା ଘର ଛାପା କାଢ଼ିବାକୁ ଲୋକେ କହୁଛନ୍ତି…ପେଷ୍ଟ ଉଠିବ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ବିଜୁ ପକ୍କା ଘର ଆଉ ନାହିଁ। କେବଳ ବିଜୁ ପକ୍କାଘର ଛାପା ଲାଗିଛି । ଏହାକୁ ଉଠାଯିବ କହିଲେ ମନ୍ତ୍ରୀ ରବି ନାୟକ ।
ଭୁବନେଶ୍ବର: ସରକାର ବଦଳିବା ପରେ ବଦଳିଯାଇଛି ଯୋଜନା । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ବିଜୁ ପକ୍କାଘର ଛାପାକୁ ଉଠାଇ ଦିଆଯିବ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି ।
ଲୋକେ କହୁଛନ୍ତି ଉଠାଇବା ପାଇଁ- ମନ୍ତ୍ରୀଙ୍କ କହିବା ଅନୁସାରେ, “ବିଜୁ ପକ୍କା ଘର ଛାପା କାଢ଼ିବାକୁ ଲୋକେ କହୁଛନ୍ତି । ପୂର୍ବ ସରକାର ମାତ୍ର ୩ ଲକ୍ଷ ୧୨ ହଜାର ଘର ଦେଇଥିଲେ । କେବଳ ବିଜୁ ପକ୍କାଘର କରି ନାଁ ନେଉଥିଲେ । ”
ଲୋକଙ୍କ ପାଇଁ ଆନ୍ତରିକତା ନଥିଲା- ପୂର୍ବ ସରକାର କେବଳ ଛାପା ମାରି ନାଁ କରୁଥିଲେ । କିନ୍ତୁ ଲୋକଙ୍କ ପାଇଁ ସେମାନଙ୍କ ଆଦୌ ଆନ୍ତରିକତା ନଥିଲା । ନୂଆ ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି ।
ଯୋଜନା ନାହିଁ କିନ୍ତୁ ଛାପା ଲାଗିଛି- ବିଜୁ ପକ୍କା ଘର ଆଉ ନାହିଁ। କେବଳ ବିଜୁ ପକ୍କାଘର ଛାପା ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ବଡ ପାର୍ଥକ୍ୟ ଥିଲା। ଏବେ ନୂଆ ସରକାର ଆସିବା ପରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି । ତେଣୁ ଖୁବଶୀଘ୍ର ବିଜୁ ପକ୍କାଘର ପେଷ୍ଟ ଉଠାଯିବ ।