CHARIDHAM

ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ପଡି ହେଲେ ଗୁରୁତର

ପାପଡାହାଣ୍ଡି,(ଓଡ଼ିଶା ଭାସ୍କର): ବାଇକ୍‌ରେ ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ହଠାତ ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ତଳେ ଯୁବକ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠିସ୍ୱାସ୍ଥ୍ୟ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ପଞ୍ଚାୟତ ଷ୍ଟଲ ଛକ ନିକଟରେ ଘଟିଛି। ଆହାତ ଯୁବକଙ୍କ ଜଣକ ସୁଦର୍ଶନ ଭତରା ଜଣାପଡିଛି।

ସୂଚନା ଅନୁଯାୟୀ, ଭୀମାସାହିର ସୁଦର୍ଶନ ପିତା ବୈଦ୍ୟନାଥ ଭତରା କୌଣସି କାମରେ ନିଜ ଶଶୁର ଘର ପୁଞ୍ଜିଗୁଡାକୁ ଏକ ବାଇକ ଯୋଗେ ଯାଉଥିଲେ । ପ୍ରଧାନୀଗୁଡା ପଞ୍ଚାୟତ ଷ୍ଟଲ ଛକ ନିକଟରେ ଭାରସାମ୍ୟ ହରାଇ ସୁଦର୍ଶନ ଛିଟିକି ତଳେ ପଡ଼ିଥିଲେ । ଦୁର୍ଘଟଣାରେ ସୁଦର୍ଶନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠିସ୍ୱାସ୍ଥ୍ୟ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁଦର୍ଶନ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।