ଭୁବନେଶ୍ବର: ଓଡିଶାରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ । ଏହାଦ୍ବାରା ରାଜ୍ୟରେ ବିଜ୍ଞାନର ବିକାଶ ହେବ । ନୂଆବର୍ଷ ଅବସରରେ ଏହି ଘୋଷଣା କରିଛନ୍ତି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ବାୟୋଟେକ୍ନୋଲୋଡି ବିଶ୍ବବିଦ୍ୟାଳୟ ସହିତ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବ । ଏହାସହିତ ବିଭିନ୍ନ ଜିଲ୍ଲାରେ ପ୍ଲାନେଟେରିୟମ ଏବଂ ସାଇନ୍ସ ପାର୍କ ପ୍ରତିଷ୍ଠା କରାଯିବ ।
ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହଛନ୍ତି, ରାଜ୍ୟରେ ଆଳୁ ପିଆଜ ଅଧିକ ଚାଷ କରାଯିବ । ଏହି ଦୁଇ ଖାଦ୍ୟଦ୍ରବ୍ୟ ଦ୍ବାରା ଆମେ ସ୍ବାବଲମ୍ବୀ ହେବୁ । କୃଷି, ସମବାୟ ଏବଂ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ରଖି ରାଜ୍ୟରେ କୌଣସି ଖାଦ୍ୟ ସାମଗ୍ରୀର ଅଭାବ ରହିବ ନାହିଁ । ଏହା ଦ୍ବାରା ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ମଜଭୁତ କରାଯିବ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରହିବେ । ଓଡିଶାରେ ଆବଶ୍ୟକତା ଅନୁଯାୟୀ ଖାଉଟି ଅଦାଲତ ପ୍ରତିଷ୍ଠା କରାଯିବ । କୋର୍ଟରେ ଆଇନଜୀବୀମାନଙ୍କୁ ନିଯୁକ୍ତି କରାଯିବ । ଏହା ଦ୍ବାରା ଗ୍ରାହକଙ୍କ ବିରୋଧରେ କୌଣସି ଅନ୍ୟାୟ ହେବ ନାହିଁ। ବିଭାଗ ପୂରା ଚଳଚଞ୍ଚଳ ରହିବ ।