fbpx

ବାର୍ଡ ଫ୍ଲୁ ଆତଙ୍କ: ପୋତା ହେଲା ୨୫ ହଜାର କୁକୁଡା, ନଷ୍ଟ କରାଗଲା ଅଣ୍ଡା

ଥାନେ: ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ (ଏଭିଆନ୍‌ ଇନ୍‌ ଫ୍ଲୁଏଞ୍ଜା) ମାମଲା ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟ ସରକାର ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟ୍‌ର ଏକ କିଲୋମିଟର ବ୍ୟାସାର୍ଦ୍ଧରେ ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କରି ପୋତି ଦେଇଛନ୍ତି । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପଶୁପାଳନ ମନ୍ତ୍ରୀ ସୁନୀଲ କେଦାର ।ସେ କହିଛନ୍ତି ଯେ ସଂକ୍ରମିତ ହୋଇଥିବା କୁକୁଡ଼ା ଫାର୍ମରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ସୁରାକ୍ଷା ଦୃଷ୍ଟିରୁ ଅଲଗା କରି ରଖାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଥାନେ ଜିଲ୍ଲାର ଶାହପୁରର ଭେଲୋଲି ଅଞ୍ଚଳରେ ୩୦୦ରୁ ଅଧିକ କୁକୁଡ଼ା ମୃତ ଅବସ୍ଥାରେ ମିଳିଥିଲା । ଏହାପରେ ତୁରନ୍ତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନମୁନାଗୁଡ଼ିକୁ ପୁଣେ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲେ । ପରୀକ୍ଷା ରିପୋର୍ଟରୁ ମୃତ କୁକୁଡ଼ାଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । ଏହା ପରେ ଜିଲ୍ଲାପାଳମାନଙ୍କୁ ୨୫,୦୦୦ରୁ ଅଧିକ କୁକୁଡ଼ା ହତ୍ୟା ଏବଂ ସମସ୍ତ ଅଣ୍ଡା ନଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.