ସୁନ୍ଦରଗଡ,୧୩ ।୧୧(ଓଡିଶା ଭାସ୍କର):୨୫ ବର୍ଷ ପରେ ଓଡିଶାକୁ ଫେରିଲେ ବିରଜୁ କୁଲୁ । ପାକିସ୍ତାନ ଜେଲରେ ବନ୍ଦୀ ଥିଲେ ସୁନ୍ଦରଗଡର ବିରଜୁ । ଲାହୋର ଜେଲରୁ ମୁକ୍ତିପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୁନ୍ଦରଗଡ ପ୍ରଶାସନ ସହାୟତାରେ ବିରଜୁ ଗାଁକୁ ଫେରୁଛନ୍ତି । କୁତ୍ରାରୁ ନିଜ ଗାଁ କଟଙ୍ଗ ଯିବେ ବିରଜୁ କୁଲୁ । ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ୍ ବିରଜୁଙ୍କୁ ନେଇ ପହଞ୍ଚିଛି ।
ଓଡିଶା ଫେରିବା ପରେ ବିରଜୁ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଅନ୍ୟମନସ୍କ ଭାବେ ପାକ୍ ସୀମା ପାର୍ କରିଥିଲି । ଜେଲରେ ରୁଟି ଓ ଡାଲି ଖାଇବାକୁ ମିଳୁଥିଲା ।’