fbpx

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‍ ଉପରେ ଆଲୋଚନା ଜାରି: ସମର୍ଥନ କରିବା ଲାଗି ବିଜେଡି ପକ୍ଷରୁ ହ୍ୱିପ୍‍ ଜାରି

Advertisement

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‍ ଉପରେ ଆଜି ରାଜ୍ୟସଭାରେ ଆଲୋଚନା ଚାଲିଛି । ବିଲ୍‍କୁ ସମର୍ଥନ କରିବା ପାଇଁ ବିଜେଡି ରାଜ୍ୟସଭା ସାଂସଦ ମାନଙ୍କ ଉପରେ ହ୍ୱିପ୍‍ ଜାରି କରିଛି । ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‍ ଜରିଆରେ କୁହାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଐତିହାସିକ ମହିଳା ସଂରକ୍ଷଣ ବିଲ୍‍ ଲୋକସଭାରେ ପାରିତ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ଆଗତ ଐତିହାସିକ ବିଲ୍‍ ସପକ୍ଷରେ ୪୫୪ ଭୋଟ୍‍ ମିଳିବା ପରେ ଏହାକୁ ଲୋକସଭାରେ ଅନୁମୋଦନ ମିଳିଛି । ଏହି ବିଲ୍‍ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ । ବହୁ ଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‍କୁ ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥାପନ କରିଥିଲେ । ଏହି ବିଲ୍‍ ପାରିତ ହେବାପରେ ଭାରତ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି ।

Get real time updates directly on you device, subscribe now.