ICUରେ ବବି ଦାସ, ଲୋକ ସେବା ଭବନ ଘେରାଉ ବେଳେ ହେଲେ ଆହତ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ଲୋକସେବା ଭବନ ଘେରାଉବେଳେ ଘଟିଛି ବଡ଼ ଅଘଟଣ । ଘେରାଉରେ ସାମିଲ ଥିବା ବିଜେଡି ନେତା ବବି ଦାସ ଆହତ ହେବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଯାହାପରେ ତାଙ୍କ ଚିକିତ୍ସା ପାଇଁ ବବିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡି ଆଜି ଲୋକ ସେବା ଭବନ ଘେରାଉ କରିଥିଲା । ଯେଉଁ କାରଣରୁ ଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଦିଆଯାଇଥିଲା ।

ସାଧାରଣ ଲୋକଙ୍କ ଗମନା ଗମନରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।