କଂଗ୍ରେସ ସମର୍ଥନରେ ବିଜେଡି, ତାରାଙ୍କ ନିଲମ୍ୱନକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ତାରାଙ୍କ ସମର୍ଥନରେ ବିଜେଡି। ନିଲମ୍ୱନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ। 

ଭୁବନେଶ୍ୱର: ଏବେ ପୁରା ସରଗରମ ରାଜ୍ୟ ରାଜନୀତି। ତେଜିବାରେ ଲାଗିଛି ବିବାଦ। ଏବେ କଂଗ୍ରେସ-ବିଜେଡି ଏକ। ବିଜେପିକୁ ଘାରିଲାଣି ଚିନ୍ତା। ଗତକାଲି ଘଟଣାକୁ ନେଇ କଂଗ୍ରେସ ବିଧାୟକଙ୍କ ସପକ୍ଷରେ ବାହାରିଲା ବିଜେଡି।

ହଁ ଆପଣମାନେ ଜାଣିପାରୁଥିବେ ଆମେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ। ଗତକାଲି ଯେଉଁ ପ୍ରସଙ୍ଗ ସବୁ ଗଣମାଧ୍ୟମର ହେଡଲାଇଉନ୍ ପାଲଟିଥିଲା। ବିଧାନସଭାରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହାତାହାତି ଘଟଣା।

କଂଗ୍ରେସ ବିଧାୟକ ତାରା ବାହାନୀପତି ଓ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ହୋଇଥିଲା ମାଡଗୋଳ। ତାହା ପୁଣି ବିଧାନସଭା ଗୃହ ଭିତରେ। ଆଉ ଏହି ଘଟଣା ଏତେବାଟ ବଢିଗଲା ଯେ। ଗୃହ ସୁରୁଖୁରୁରେ ଚାଲିବା ସମ୍ଭବ ପର ହେଲା ନାହିଁ। ତେଣୁ ବାଧ୍ୟ ହୋଇ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।

ତାରା ନିଲମ୍ୱିତ: ପରେ ଗୃହ ଭିତରେ ଗଣ୍ଡଗୋଳ କାରଣରୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ୱନ କରିଥିଲେ ବାଚସ୍ପତି। ଯେବେ ଯାଏଁ ତାଙ୍କ ଉପରୁ ନିଲମ୍ୱନ ନଉଠିବ ସେ ବିଧାନସଭାରେ ପ୍ରବେଶ କରିପାରିବେ ନାହିଁ ବୋଲି ବାଚସ୍ପତି କହିଥିଲେ।

ତାରାଙ୍କ ସପକ୍ଷରେ ବିଜେଡି: ଆଉ ଏହି କଥାକୁ ନେଇ କଂଗ୍ରେସ ଜୋରଦାର ପ୍ରତିବାଦ କରିଥିଲା। ଆଉ ଏବେ କଂଗ୍ରେସର ସାତ୍ ଦେଇଛି ବିରୋଧୀ ବିଜେଡି। ଅର୍ଥାତ୍ ତାରାଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ବିଧାୟକ। ତାରାଙ୍କ ନିଲମ୍ୱନକୁ ବିଜେଡି ମଧ୍ୟ ଜୋରଦାର ବିରୋଧ କରିଛି। ବାଚସ୍ପତିଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ବିଧାୟାକ।

ତାରାଙ୍କୁ ଭେଟିଲେ ଲଲ୍ଲୁ: କେବଳ ସେତିକି ନୁହେଁ ବିଧାନସଭାରେ ତାରାଙ୍କ ଏହି ଆଚରଣକୁ ପ୍ରଶଂସା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ। ସେଥିପାଇଁ ଆଜି ତାରାଙ୍କୁ  ଭେଟିଛନ୍ତି ଲଲ୍ଲୁ। ତାରାଙ୍କୁ ଭେଟି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦ ଜଣାଇଛନ୍ତି। କିଛି ସମୟ ପରେ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ତାରାଙ୍କ ବୟାନ: ତାରାଙ୍କୁ ବିଧାନସଭାରୁ ନିଲମ୍ୱନ ପରେ ସେ ନିଜେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ତାରା କହିଛନ୍ତି- ଆମ ବିଧାୟକ କେହି ଗୃହକୁ ଯିବେନି। ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ଅନେକ ସମୟରେ ମୁଁ ପ୍ରଶ୍ନ ପଚାରିଥିଲି, ତାଙ୍କୁ ବାଣ ଭଳି ଭେଦିଥିଲା।