ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ, କାହାକୁ ମିଳିଲା ଟିକେଟ

ଓଡ଼ିଶା ଭାସ୍କର: ପ୍ରଥମ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏବେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକା ଅନୁସାରେ ଆସନ୍ତୁ ନଜର ପକାଇବା କାହାକୁ କେଉଁଠୁ ଟିକେଟ ମିଳିଛି..

ପୁରୀ: ଅରୂପ ପଟ୍ଟନାୟକ
କଟକ: ସଂତୃପ୍ତ ମିଶ୍ର
କନ୍ଧମାଳ: ଅଚ୍ୟୁତ ସାମନ୍ତ
ଯାଜପୁର: ଶର୍ମିଷ୍ଠା ସେଠୀ
ଢେଙ୍କାନାଳ: ଅବିନାଶ ସାମଲ
ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ

ପ୍ରଥମ ପର୍ଯ୍ୟାୟରେ କାହାକୁ ମିଳିଥିଲା ଟିକେଟ?

ସମ୍ବଲପୁର-ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼-ଦିଲ୍ଲୀପ ତିର୍କୀ
କଳାହାଣ୍ଡି-ଲମ୍ବୋଦର ନିଆଲ
ମୟୂରଭଞ୍ଜ: ସୁଦାମ ମାରାଣ୍ଡି

କେନ୍ଦ୍ରାପଡ଼ା:ଅଶୁଂମାନ ମହାନ୍ତି
ନବରଙ୍ଗପୁର-ପ୍ରଦୀପ ମାଝୀ
ଭୁବନେଶ୍ୱର: ମନ୍ମଥ ରାଉତରାୟ
କୋରାପୁଟ: କୌଶଲ୍ୟା ହିକ୍‌କା
ଆସିକା-ରଞ୍ଜିତା ସାହୁ

ସୂଚନା ଥାଉକି, ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ।