fbpx

ଭୋଟ୍ ଦେଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରତିକ୍ରିୟାରେ କହିଲେ ଏପରି (Video)

Advertisement

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ କରିବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ ।

ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ଜଗନ୍ନାଥଙ୍କ ଆର୍ଶୀବାଦରୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ସ୍ଥିର ସରକାର କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ମତ ସାବ୍ୟସ୍ତ କରିବାକୁ ନବୀନ ଅପିଲ କରିଛନ୍ତି ।

ସୂଚନା ଅନୁସାରେ କିଛି ସମୟ ପୂର୍ଣ୍ଣରୁ ଘରୁ ଅଟୋରେ ବସି ୟୁନିଟ-୬ GOVT ହାଇସ୍କୁଲ ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ସାଧାରଣ ଲୋକଙ୍କ ପରି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। ନଜ ମନ ପସନ୍ଦର ପ୍ରାର୍ଥୀ ବାଛିନ୍ତୁ ।

Get real time updates directly on you device, subscribe now.