fbpx

ପିପିଲିରେ ବାଜିମାରିଲେ ରୁଦ୍ର

ଭୁବନେଶ୍ୱର : ପିପିଲିରେ ବାଜିମାରିଲେ ରୁଦ୍ର ମହାରଥୀ । ୨୬ ତମ ରାଉଣ୍ଡ ଭୋଟ ଗଣତି ପରେ ପିପିଲିରେ ରୁଦ୍ରଙ୍କ ଜିତିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଜିତିବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆବଶ୍ୟକୀୟ ଭୋଟ ପାଇ ସାରିଛନ୍ତି । ୨୬ ତମ ରାଉଣ୍ଡ ସୁଦ୍ଧା ରୁଦ୍ରଙ୍କୁ ୯୬,୩୯୨ ଖଣ୍ଡ ଭୋଟ ମିଳିଛି । ରୁଦ୍ରଙ୍କ ନିକଟତମ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୭୭୦ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୁଦ୍ର ବିଜେପି ପ୍ରାର୍ଥୀଙ୍କ ଠାରୁ ୨୦,୬୨୨ ହଜାର ଭୋଟରେ ଆଗୁଆ ଅଛନ୍ତି । ଫଳରେ ତାଙ୍କର ବିଜୟ‌ ସୁନିଶ୍ଚିତ ହୋଇସାରିଛି ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଥିଲା ।

Get real time updates directly on you device, subscribe now.