ଚତୁର୍ଥ ଆସନ ପାଇଁ ବିଜେପି ଦେବନି ପ୍ରାର୍ଥୀ

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ଚତୁର୍ଥ ସିଟ୍ ପାଇଁ ବିଜେପି ପ୍ରାର୍ଥୀ ଦେବନି ବୋଲି ବିଜେପି କହିଛି । ଦଳର ସଂଖ୍ୟା ନଥିବାରୁ ଦଳ ପ୍ରାର୍ଥୀ ଦେବନି । ଏନେଇ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ଆମେ କାହାକୁ ବି ସମର୍ଥନ ଦେବୁନି ଓ ନୀରବ ରହିବୁ ବୋଲି ସେ କହିଛନ୍ତି । ବିଜେପି ନିର୍ବାଚନରୁ ଦୂରେଇ ରହିବ ବୋଲି ମଧ୍ୟ ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ଏନେଇ ମାର୍ଚ୍ଚ୬ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ ରହିବ । ସେହିପରି ମାର୍ଚ୍ଚ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ୟ୍ୟ ଶେଷ ହେବ । ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ଏହାସହ ମାର୍ଚ୍ଚ ୩୦ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
୧୭ଟି ରାଜ୍ୟର ୫୫ଟି ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଅନୁଭବ ମହାନ୍ତି ଲୋକସଭା ସାଂସଦ ହେବା ପରେ ତାଙ୍କ ଆସନ ଖାଲି ରହିଛି । ସେହିପରି ନରେନ୍ଦ୍ର କୁମାର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜୀବ ବିଶ୍ୱାଳଙ୍କ କାର୍ୟ୍ୟକାଳ ଶେଷ ହେଉଛି ।