fbpx

ପଞ୍ଜାବ ହାତେଇବାକୁ ବିଜେପିର ଗୋଟିଚାଳନା: କ୍ୟାପ୍ଟେନଙ୍କୁ ନେଇ ଆଜି ଦିଲ୍ଲୀରେ ହେବ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ସିଟକୁ ନେଇ ଲଢ଼େଇ ହେବ । ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୭୭ଟି ସିଟ ହାତେଇ ବହୁମତ ହାସଲ କରିଥିଲା । ତା’ପୂର୍ବରୁ ୧୦ ବର୍ଷ ଧରି ବିଜେପି-ଅକାଳୀ ଶାସନ କ୍ଷମତାରେ ରହିଥିଲେ । ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବେ କଂଗ୍ରେସକୁ ଅଲବିଦା କହିସାରିଥିବାରୁ ବିଜେପି ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ । ପୂର୍ବରୁ କ୍ଷମତାରେ ଥିବା ବେଳେ କ୍ୟାପ୍ଟେନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରିଆସୁଥିଲେ । ବର୍ତ୍ତମାନ ଉକ୍ତ ଆଇନ ପ୍ରତ୍ୟାହାର ହୋଇଯାଇଥିବା ବେଳେ କ୍ୟାପ୍ଟେନଙ୍କୁ ନିଜ ସପକ୍ଷକୁ ଆଣିପାରିଲେ ଅଧିକ ସଂଖ୍ୟକ ଚାଷୀଙ୍କ ଭୋଟ ନିଜ ଆକାଉଣ୍ଟକୁ ଆସିପାରିବ ବୋଲି ଭାଜପାର ରଣନୀତିଜ୍ଞଙ୍କ ହୃଦବୋଧ ହୋଇଛି ।

ଜଣାପଡ଼ିଛି ଯେ, କ୍ୟାପ୍ଟେନ ଆଜି ଦିଲ୍ଲୀରେ ଭାଜପାର ବରିଷ୍ଠ ନେତାଙ୍କ ସହିତ ସାକ୍ଷାତ କରିବେ । ଏହି ଆଲୋଚନା ସଫଳ ହେଲେ ଆଗାମୀ ବିଧାନସଭା ପାଇଁ ସିଟ ଭାଗବଣ୍ଟା ପ୍ରସଙ୍ଗ ଉଠିପାରେ । ଗତ ୭ ତାରିଖରେ ଅମରିନ୍ଦର ବିଜେପିର ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କୁ ଭେଟିଥିଲେ । କ୍ୟାପ୍ଟେନଙ୍କ ‘ପଞ୍ଜାବ ଲୋକ କଂଗ୍ରେସ’ ଦଳ ସହିତ ବିଜେପିର ଗଠବନ୍ଧନ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ କହିଥିଲେ । ଅନ୍ୟପକ୍ଷରେ ବିଜେପି ୫ ବର୍ଷ ହେଲା କ୍ଷମତାରୁ ବାହାରେ ରହିଥିବା ବେଳେ ଗତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଏଏପି) ୨୦ଟିରେ ସିଟରେ ବିଜୟ ହାସଲ କରିଥିଲା । ତେଣୁ ଆସନ୍ତା ନିର୍ବାଚନରେ ଏଏପି, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

Get real time updates directly on you device, subscribe now.