fbpx

କରୋନାର ଦ୍ୱିତୀୟ ଲହର ବିଗାଡି ଦେଲା ମୋଦୀ ସରକାରଙ୍କ ଛବି ! ସଂଘ ସହ ବିଜେପିର ମାନସ ମନ୍ଥନ

Advertisement

ନୂଆଦିଲ୍ଲୀ : ଗତ ବର୍ଷ କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରି ପ୍ରଶଂସା ସାଉଁଟିଥିଲା ନରେନ୍ଦ୍ର ମୋଦୀ ସରକାର । କିନ୍ତୁ ଦ୍ୱିତୀୟ ଲହର ଆଗରେ ଫିକା ପଡିଗଲା କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁତି । ମଳିନ ପଡିଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି । ଏମିତି ସମୟରେ ହରଡଘଣାରେ ବିଜେପି। ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଶୀର୍ଷ ସ୍ତରୀୟ ନେତାଙ୍କ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଛନ୍ତି ।

କରୋନାର ଦ୍ୱିତୀୟ ଲହରରେ ସରକାରଙ୍କ ପ୍ରତି ଜନତାଙ୍କ ଅସନ୍ତୁଷ୍ଟ ସ୍ପଷ୍ଟ ବାରି ହୋଇ ପଡିଛି । ପୁଣି ଆଗାମୀ ବର୍ଷ ଦେଶର ରାଜନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ ଉତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏମିତିରେ ବିଜେପି ଓ ସଂଘ ନିଜର ସଂଗଠନକୁ ମଜବୁତ କରିବା ସହ ସରକାରୀସ୍ତରରେ ନିଜର ଛବି ସୁଧାରିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି ।

ପାର୍ଟି ଓ ସଂଘ ସୂତ୍ର ଅନୁଯାୟୀ, ଏହି ବୈଠକରେ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଗୃହ ମନ୍ତ୍ରଣାଳୟ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଆରଏସଏସ ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଉତର ପ୍ରଦେଶ ବିଜେପି ସାଂଗଠନିକ ସଂପାଦକ ସୁନିଲ ବଂଶଲ ମଧ୍ୟ ବୈଠକରେ ସାମିଲ ଥିଲେ ।

ସୂତ୍ର ଅନୁଯାୟୀ ଏହି ବୈଠକରେ ସଂଗଠନ ଓ ସରକାରଙ୍କୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କରୋନା ମହାମାରୀରେ ସବୁଠୁ ପ୍ରଭାବିତ ରାଜ୍ୟ ମଧ୍ୟରେ ଉତର ପ୍ରଦେଶ ରହିଛି । ବିଶେଷ କରି ଦେଶରେ ଅକ୍ସିଜେନ ସଂକଟ, ଭ୍ୟାକ୍ସିନ ଅଭାବ ସହ ଗଙ୍ଗାରେ ମୃତଦେହ ଭାସିବାର ଅଭାବନୀୟ ଘଟଣା କେନ୍ଦ୍ର ସରକାରଙ୍କ ଛବିକୁ ଶକ୍ତ ଝଟକା ଦେଇଛି ।

ସମାଲୋଚନାକୁ ଆଖି ଆଗରେ ରଖି ନିକଟରେ ବିଜେପି ମହାମାରୀର ଦ୍ୱିତୀୟ ଲହର ପରେ ନିଜର କାର୍ଯ୍ୟକର୍ତାଙ୍କୁ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଛି । ପାର୍ଟି ସଭାପତି ଜେପି ନଡ୍ଡା ସମସ୍ତ ରାଜ୍ୟର ସଭାପତିଙ୍କୁ ଚିଠି ଲେଖି ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.