ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟିର ସଂଗଠନ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ମହାସଚିବ ସୁନୀଲ ବନସଲଙ୍କୁ ପଶ୍ଚିମବଙ୍ଗ ଓ ବିନୋଦ ତାୱଡ଼େଙ୍କୁ ବିହାର, ଉତ୍ତରପ୍ରଦେଶର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଶିବ ପ୍ରକାଶ, ସରୋଜ ପାଣ୍ଡେୟ, ଗଜେନ୍ଦ୍ର ସିଂହ ପଟେଲ ଓ ଅରବିନ୍ଦ ମେନନଙ୍କୁ ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଦାୟିତ୍ୱ ଦିଆଯାିଛି । ଏଥିସହିତ ସୌଦାନ ସିଂହ, ରାଜକୁମାର ଚାହର, ସତୀଶ ପୁନିୟା ଓ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଲଦ୍ଦାଖ ଓ ଉତ୍ତରାଖଣ୍ଡର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ବିନୋଦ ତାୱଡ଼େ, ସଞ୍ଜିବ ଚୌରାସିଆ, ସଞ୍ଜୟ ଭାଟିଆ ଓ ଲାଲ ସିଂହ ଆର୍ଯଙ୍କୁ ବିହାର, ୟୁପିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।