କହୁକହୁ କହୁଦେଲେ ବିଜେପି ନେତା..ମୁଁ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ ରାସ୍ତା ବନେଇବି

ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁରୀଙ୍କ ବୟାନକୁ ନେଇ ଚାରିଆଡେ ଚର୍ଚ୍ଚା । ବିଜେପିକୁ ସମାଲୋଚନା କଲା କଂଗ୍ରେସ ।

ନୂଆଦିଲ୍ଲୀ: କହୁକହୁ କହିଦେଲେ ନେତା । ବିଜେପି  ନେତାଙ୍କ ବୟାନକୁ ନେଇ ଜୋର ଧରିଲା ରାଜନୀତି । ନିର୍ବାଚନ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ତିଆରି କରିବେ ବୋଲି କହିଛନ୍ତି ଦିଲ୍ଲୀ କାଲକାଜୀ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁରୀ । ଏହାକୁ ଦେଇ କଂଗ୍ରେସ ଏବଂ ବିଜେପି ମଧ୍ୟ ବିବାଦ ଦେଖାଯାଇଛି ।

ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ । ବିଜେପିର ମହିଳା ବିରୋଧୀ ମାନସିକତା ରହିଛି ବୋଲି କଂଗ୍ରେସ କଟାକ୍ଷ କରିଛି । ଏହା ମହିଳାଙ୍କ ପ୍ରତି ଘୃଣ୍ୟ ମାନସିକତା ଅଟେ ବୋଲି କଂଗ୍ରେସ ପ୍ରବକ୍ତା କହିଛନ୍ତି ।

ଦିଲ୍ଲୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ବିଜେପି ପ୍ରାର୍ଥୀ କହିଛନ୍ତି, ହମାମାଳିନୀ ଭଳି ରୋଡ କରିବେ ବୋଲି ଲାଲୁ ଯାଦବ କହିଥିଲେ । କିନ୍ତୁ ସେ ତାଙ୍କର ପ୍ରତିଶୃତି ରଖିପାରିନଥିଲେ । କିନ୍ତୁ ମୁଁ ନିର୍ବାଚନରେ ଜିତିଲେ କାଲ୍‌କାଜୀର ପ୍ରତ୍ୟୋକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ କରିଦେବୁ ବୋଲି କହିଥିଲେ ।

ତେବେ ନିଜର ମନ୍ତବ୍ୟକୁ ନେଇ ସମାଲୋଚନା ପରେ ମଧ୍ୟ ଭୁଲ ମାନିନାହାନ୍ତି ବିଜେପି ପ୍ରାର୍ଥୀ । ଏହା ବଦଳରେ ସେ ଓଲଟା କଂଗ୍ରେସକୁ ହିଁ ଦୋଷ ଦେଇଛନ୍ତି । କଂଗ୍ରେସର ଅତୀତରେ କରିଥିବା କାମ ପରେ ଦଳ ମୋତେ ସମାଲୋଚନା କରିବାର କୌଣସି ଅଧିକାରା ନାହିଁ ବୋଲି ସେ କହିଛନ୍ତି ।