ଏହି ମୁସଲିମ ପ୍ରାର୍ଥୀ ଜଣକ କିଏ? ଯାହାଙ୍କୁ ବିଜେପିର ପ୍ରଥମ ତାଲିକାରେ ମିଳିଲା ସ୍ଥାନ, ଜାଣନ୍ତୁ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଶନିବାର ଦିନ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଏଥିରେ ଦଳ କେରଳର ମଲ୍ଲାପୁରମ ପ୍ରାର୍ଥୀ ଡ. ଅବଦୁଲ ସଲାମଙ୍କୁ ନିର୍ବାଚନ ପାଇଁ ଟିକେଟ ପ୍ରଦାନ କରିଛି ।

ବିଜେପିର ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ୮୦ଟି ସିଟରୁ ୫୧ ସିଟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେହିପରି ମଧ୍ୟପ୍ରଦେଶରେ ୨୪, ରାଜସ୍ଥାନରେ ୧୫, କେରଳରେ ୧୨ ଜଣ, ତେଲେଙ୍ଗାନାରେ ୯, ଆସାମରେ ୧୧, ଗୁଜରାଟରେ ୧୫, ଝାରଖଣ୍ଡରେ ୧୧, ଦିଲ୍ଲୀରେ ୫, ଜାମ୍ମୁ କାଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩ଟି ସିଟ, ଏଥିସହ ଛତିଶଗଡ଼, ଗୋଆ, ଆଣ୍ଡାମାନ ଓ ଡିଉରୁ ୧-୧ ସିଟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଡ. ଅବଦୁଲ ସଲାମ ୨୦୨୧ର ବିଧାନସଭା ନିର୍ବାଚନରେ ତିରୁର ବିଧାନସଭା ସିଟ ପାଇଁ ଲଢିଥିଲେ । ସେ ଏହି ସିଟରେ ୩ୟ ନମ୍ବରରେ ଥିଲେ । ଆଇୟୁଏମଏଲର ସ୍ୱାଧୀନ ପ୍ରାର୍ଥୀ କୁରୁକ୍କୋଲୀ ମୋଇଦୀନ ଦ୍ୱିତୀୟ ନମ୍ବରରେ ଜିତିଥିଲେ, କିନ୍ତୁ ବିଜେପି ମାଲାପୁରମ ଲୋକସଭା ଆସନ ପାଇଁ ଡ. ସଲାମଙ୍କୁ ଟିକେଟ ଦେଇଛି ।