ଜେଲରୁ ବାହାରିଲେ ଜଗା ପ୍ରଧାନ, BMC ଅଫିସରଙ୍କୁ ମାଡ ମାମଲାରେ ହୋଇଥିଲେ ଗିରଫ

ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ସକାଳେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ ।

ଭୁବନେଶ୍ବର: ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ସକାଳେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଜେଲରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠି ପହଞ୍ଚିଥିଲେ ।

ବାଣ ଫୁାଟଇ ବିରାଟ ଶୋଭାଯାତ୍ରା ପାଛୋଟି ନେଲେ ସମର୍ଥକ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଜାମିନ ମଞ୍ଜୁର କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

ତେବେ ଜେଲରୁ ବାହାରିବା ପରେ ଦୀପ ଧୂପ ଓ ଫୁଲ ମାଳ ଦେଇ ଜଗାଙ୍କୁ ସ୍ୱାଗତ କରୁଛନ୍ତି ସମର୍ଥକ । ଗତ ଗୁରୁବାର ଜଗନ୍ନାଥ ପ୍ରଧାନ ଗିରଫ ହୋଇ ଜେଲ ଯାଇଥିଲେ । ଜେଲରୁ ବାହାରିବା ପରେ ନିଜ ପାର୍ଟି ଅଫିସକୁ ଯିବେ ଜଗନ୍ନାଥ ପ୍ରଧାନ । ପରେ ବାଇକ ରାଲି ଜରିଆରେ ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ରହିଛି । ରାସ୍ତାରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।