fbpx

ସଡ଼କ ଦୁର୍ଘଟଣାରେ ବିଜେପି ନେତ୍ରୀଙ୍କ ମୃତ୍ୟୁ: ନିଜେ କାର ଡ୍ରାଇଭିଂ କରୁଥିଲେ

Advertisement

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ସଡ଼କ ସଡ଼କ ଦୁର୍ଘଟଣାରେ ଜଣେ ବିଜେପି ନେତ୍ରୀଙ୍କର ମୃତ୍ୟୁ ଘଟିଛି । ରାତି ପାଖାପାଖି ୧ଟା ସମୟରେ ନିଜେ କାର ଡ୍ରାଇଭ୍ କରି ଘରକୁ ଫେରୁଥିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥରେ ପହଞ୍ଚି ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ପଠାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।

ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ବଡ଼ ଖବର । ରାଜ୍ୟର ଅମରୋହର ନୌଗାଓଁ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଭାଜପାର ଜଣେ ନେତ୍ରୀ ସରିତା ସିଂହଙ୍କର ମୃତ୍ୟୁ ଘଟିଛି । ରାତିରେ ନିଜେ କାର ଡ୍ରାଇଭିଂ କରି ଆସୁଥିବା ସମୟରେ ସରିତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ କାରରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ସରିତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣା ପରେ ଟ୍ରକ ଚାଳକ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ସରିତା ବିଳମ୍ବିତ ରାତିରେ ବିଜନୌର ଜିଲ୍ଲାର ନୁରପୁରରୁ ମୁରାଦାବାଦ ଅଭିମୁଖେ ଯାଉଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଅମରୋହ ରାଜପଥର ଗୌଗାଓଁ ଥାନା ଅଞ୍ଚଳର କୁମଖୀୟା ଛକ ନିକଟରେ ତାଙ୍କର କାରକୁ ଏକ ଟ୍ରକ ଟକ୍କର ମାରିଥିଲା । ଟ୍ରକଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ କାରରେ ନିଆଁ ଲାଗିଯାଇଥିଲା ଓ ସରିତାଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କୁ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ସରିତା ବିଜନୌର ଜିଲ୍ଲାର ଚନ୍ଦ୍ରନଗର ମଣ୍ଡଳର ବିଜେପିର ଉପାଧ୍ୟକ୍ଷା ଥିଲେ ।

Get real time updates directly on you device, subscribe now.