fbpx

ବିଜେପି ନେତ୍ରୀଙ୍କ କାର୍‌କୁ ପେଟ୍ରୋଲ ବୋମା ମାଡ଼, ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ଛାନ୍ନ ଭିନ୍ନ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପେଟ୍ରୋଲ ବୋମା ପକାଇ ବିଜେପି ନେତ୍ରୀଙ୍କ ଗାଡ଼ି ପୋଡିଦେଲେ ଦୁବୃର୍ତ୍ତ । ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଯାଇଥିବା ଅଭିଯୋଗ ହୋଇଛି । ନୟାପଲ୍ଲୀ ବ୍ରିଟ୍‌ କଲୋନୀ ସ୍ଥିତ ଘର ଆଗରେ ମିନତୀ ବାରିକଙ୍କ ଗାଡି ପାର୍କିଂ କରାଯାଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ପକାଇ ଗାଡ଼ି ଜାଳି ଦେଇଛନ୍ତି । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ଗାଡ଼ି ନିକଯରୁ ଏକ ବୋତଲ  ସହ ୨ଟି ବୋମାର ଅବଶିଷ୍ଟ ଅଂଶକୁ ଜବତ କରିଛି ପୋଲିସ।

ସୂଚନା ମୁତାବିକ, ମିନତୀ ସପରିବାର ବ୍ରିଟ୍‌ କଲୋନି ଏଲ୍‌ଆଇଜି ୧୬୩ରେ ରହୁନ୍ତି । ତାଙ୍କ କାରଟି ଘର ସାମ୍ନାରେ ପାର୍କିଂ ଥିବା ବେଳେ ଦୁର୍ବୃତ୍ତ ମାନେ ପେଟ୍ରୋଲ ବୋମା ପକାଇଥିଲେ। ଫଳରେ କାରଟି ଡ୍ରାଇଭର ସାଇଡ ନିଆଁରେ ଜଳି ଯାଇଛି। ଘଟଣାସ୍ଥଳ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଛି। ପୁଲିସ ଆଖପାଖ ସିସି କ୍ୟାମେରା ଯାଞ୍ଚ କରିବାରେ ଜଣାପଡିଛି, ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ । କିନ୍ତୁ ଘର ପାଖକୁ ଜଣେ ଦୁର୍ବୃତ୍ତ ଚାଲିକରି ଯାଇ ବୋମା ଫିଙ୍ଗି ବାଇକ୍‌ରେ ଖସି ପଳାଇଥିଲା ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ  ତଦନ୍ତ ଆରମ୍ଭ କରିଛି।

 

Get real time updates directly on you device, subscribe now.