fbpx

ବିଜେପି ବିଧାୟକ ଗିରଫ, କାରଣ ଜାଣିଲେ ହେବେ ଆଶ୍ଚର୍ୟ୍ୟ

ଅହମ୍ମଦାବାଦ: ଜୁଆ ଖେଳୁଥିବା ବେଳେ ଗିରଫ ହୋଇଛନ୍ତି ଗୁଜରାଟର ବିଜେପି ବିଧାୟକ କେଶରୀ ସିଂ ସୋଲାଙ୍କୀ । ତାଙ୍କ ବିରୋଧରେ ବେଆଇନ ମଦ ରଖିବା ଅଭିଯୋଗ ମଧ୍ୟ ହୋଇଛି । ପଞ୍ଚମହଲ ଜିଲ୍ଲାର ପାୱାରଗଡ଼ ଏକ ରିସର୍ଟରେ ମଦ୍ୟପାନ ସହ ଜୁଆ ଖେଳୁଥିବା ବେଳେ ବିଧାୟକଙ୍କ ସହ ଅନ୍ୟ ୨୫ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ପଞ୍ଚମହଲ ପୁଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ।

ସୋଲାଙ୍କୀ ଖେଡା ଜିଲ୍ଲା ଅନ୍ତର୍ଗତ ମାତର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ପୂର୍ବରୁ ସେ ଦଳର ନିର୍ଦ୍ଧେଶ ଅମାନ୍ୟ କରି କଂଗ୍ରେସ ସମର୍ଥନରେ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.