fbpx

ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ , ନୁଆ ରଣନୀତି ରଚୁଛି ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ ମଙ୍ଗଳବାର ସକାଳେ ସଂସଦର ଲାଇବ୍ରେୀର ବିଲଡିଙ୍ଗ ରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ଉପସ୍ଥିିିତିରେ ଆରମ୍ଭ ହୋଇଛି । ସଂସଦ ଲାଇବ୍ରେରୀ ଭବନରେ ବୈଠକରେ ଯୋଗ ଦେଉଥିବା ନେତା ମାନଙ୍କ ମଧ୍ୟରେ କେନ୍ଦ୍ରମ ନ୍ତ୍ରୀ ରାଜନାଥ ସିଂ, ଅଶ୍ୱିନୀ ବୈଷ୍ଣବ, ଏସ ଜୟଶଙ୍କର, ଅନୁରାଗ ଠାକୁର,ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜନାଥ ସିଂ ଏହି ସଭାର ଅଧ୍ୟକ୍ଷତା କରୁଛନ୍ତି ଯେଉଁଥିରେ ଅନେକ ସାଂସଦ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ଚାଲୁଥିବା ମୌସୁମୀ ଅଧିବେଶନରେ ମୂଲ୍ୟବୃଦ୍ଧି ପ୍ରସଙ୍ଗ ଠାରୁ ଆରମ୍ଭ କରି ଶିବ ସେନା ସାଂସଦ ସଞ୍ଜୟ ରାଉତ ଟଙ୍କା ହେରଫେର ମାମଲାରେ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ ମୁଳତବୀ ରଖାଯାଇଛି । ଏଥିସହିତ ସୋମବାର ଲୋକସଭାରେ ୪ଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନଙ୍କୁ ପ୍ରତ୍ୟାହାର କରାଯାଇଛି । ଏହାସହ ସେମାନଙ୍କୁ ଗୃହରେ ପ୍ଲାୟ କାର୍ଡ ନ ଆଣିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.